ଟି-୨୦ ବିଶ୍ୱକପ: ଓମାନକୁ ସୁପର ଓଭରରେ ହରାଇଲା ନାମିବ୍ୟା
ବାରାବଡୋସ୍: ନାମିବ୍ୟା ସୋମବାର ଟି-୨୦ ବିଶ୍ୱକପ ୨୦୨୪ର ଏକ ରୋମାଞ୍ଚକ ମ୍ୟାଚରେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । ୨୦୧୨ ପରେ ପ୍ରଥମ ଥର ପୁରୁଷ ଟି-୨୦ ବିଶ୍ୱକପରେ ସୁପର ଓଭର ହୋଇଛି। ଶେଷଥର ୨୦୧୨ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ୍ ସେହି ମ୍ୟାଚକୁ ଜିତିଥିଲା। ସୋମବାର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ମ୍ୟାଚରେ ନାମିବ୍ୟା [...]
ବାରାବଡୋସ୍: ନାମିବ୍ୟା ସୋମବାର ଟି-୨୦ ବିଶ୍ୱକପ ୨୦୨୪ର ଏକ ରୋମାଞ୍ଚକ ମ୍ୟାଚରେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । ୨୦୧୨ ପରେ ପ୍ରଥମ ଥର ପୁରୁଷ ଟି-୨୦ ବିଶ୍ୱକପରେ ସୁପର ଓଭର ହୋଇଛି।
ଶେଷଥର ୨୦୧୨ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ୍ ସେହି ମ୍ୟାଚକୁ ଜିତିଥିଲା।
ସୋମବାର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ମ୍ୟାଚରେ ନାମିବ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓମାନ ୧୯.୪ ଓଭରରେ ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ନାମିବ୍ୟା ମଧ୍ୟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା । ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ଜିତିବା ପାଇଁ ନାମିବ୍ୟାକୁ ଶେଷ ଓଭରରେ ୫ ରନ୍ ଆବଶ୍ୟକ ଥିଲା, କିନ୍ତୁ ବ୍ୟାଟ୍ସମ୍ୟାନ୍ ମେହେରାନ୍ ଖାନ୍ ମାତ୍ର ୪ ରନ୍ ସଂଗ୍ରହ କରିପାରିଥିଲେ।
ସୁପର ଓଭର ବିଜୟରେ ନାମିବ୍ୟା ପକ୍ଷରୁ ଡେଭିଡ ୱିସେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ସେ ସୁପର ଓଭରରେ ଅଧିନାୟକ ଜେରାଡ ଏରାସମସଙ୍କ ସହ ମିଶି ୬ ବଲରେ ୨୧ ରନ୍ କରିଥିଲେ। ଏହା ପରେ ଅଧିନାୟକ ଏହି ଲକ୍ଷ୍ୟକୁ ଡିଫେଣ୍ଡ କରିବା ପାଇଁ ମଧ୍ୟ ୱିସେଙ୍କ ଉପରେ ଭରସା ପ୍ରକଟ କରି ତାଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲେ। ବୋଲିଂରେ ମଧ୍ୟ ୱିସେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ୨୨ ରନର ଟାର୍ଗେଟ ଜବାବରେ ଓମାନ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୁପର ଓଭରରେ ମଧ୍ୟ ଓ୍ବିସେ ଗୋଟିଏ ୱିକେଟ୍ ନେଇଥିଲେ। ୱିସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
Next ArticleOJEE 2024 Results Declared: Here’s List of Toppers
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
