ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୟାଟ୍ରିକ ବିଜୟ, ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
ବାରାଣସୀ: ଲୋକସଭା ନିର୍ବାଚନର ଅନ୍ୟତମ ହଟ୍ ସିଟ୍ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟର ହ୍ୟାଟ୍ରିକ କରିଛନ୍ତିି। ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୬,୧୨,୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସର ଅଜୟ ରାୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା। ମୋଦୀ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ [...]
ବାରାଣସୀ: ଲୋକସଭା ନିର୍ବାଚନର ଅନ୍ୟତମ ହଟ୍ ସିଟ୍ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟର ହ୍ୟାଟ୍ରିକ କରିଛନ୍ତିି। ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି।
ନିର୍ବାଚନ କମିଶନଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୬,୧୨,୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସର ଅଜୟ ରାୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା। ମୋଦୀ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ତୃତୀୟ ଥର ବାରାଣସୀରୁ ବିଜୟୀ ହୋଇଛନ୍ତି।
ଗଣତି ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଜୟ ରାୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏପରିକି ଏକଦା ମୋଦୀଙ୍କୁ ପଛରେ ପକାଇ ଦେଇଥିଲେ ଅଜୟ ରାୟ । ହେଲେ ପରବର୍ତ୍ତୀ ସମୟରେ ମୋଦୀ ଅଗ୍ରଣୀ ହାସଲ କରିଥିଲେ। ପିଏମ୍ ମୋଦୀ ପ୍ରଥମ ଥର ୨୦୧୪ରେ ବାରାଣସୀରୁ ନିର୍ବାଚନ ଲଢ଼ିଥିଲେ ଓ ତିନି ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ | ସେହି ବର୍ଷ ତାଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯିଏକି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏସପିର କୈଳାସ ଚୌରାସିଆ ତୃତୀୟ ଏବଂ କଂଗ୍ରେସର ଅଜୟ ରାୟ ଚତୁର୍ଥ ସ୍ଥାନରେ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ୨୦୧୯ରେ ଏହି ଆସନରୁ ଲଢ଼ି ଏକତରଫା ବିଜୟ ହାସଲ କରିଥିଲେ। ୨୦୧୯ରେ ମୋଦୀଙ୍କ ବିରୋଧରେ ଏସପିର ଶାଲିନୀ ଯାଦବ ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସର ଅଜୟ ରାୟ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଏସପି ଓ କଂଗ୍ରେସ ମେଣ୍ଟ ଯୋଗୁଁ ବାରାଣସୀରୁ କଂଗ୍ରେସ ପ୍ରାର୍ଥୀ ଲଢ଼ିଥିଲେ।
ହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା
Next Article୨୪ ବର୍ଷ ଧରି ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
