ହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନର ମତଗଣନା ଜାରି ରହିଛି। ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଇତିମଧ୍ୟରେ କର୍ଣ୍ଣାଟକର ହାସନ ଲୋକସଭା ଆସନର ଫଳାଫଳ ଆସିଯାଇଛି। ଏଠାରେ ଏଥର ଏନଡିଏ ପ୍ରାର୍ଥୀ ଭାବେ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ହାରିଯାଇଛନ୍ତି। କଂଗ୍ରେସର ଶ୍ରେୟାସ ପଟେଲ ୪୪,୦୦୦ ଭୋଟରେ ରେଭନ୍ନାଙ୍କୁ ପରାସ୍ତ କରିଛନ୍ତି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ [...]
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନର ମତଗଣନା ଜାରି ରହିଛି। ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଇତିମଧ୍ୟରେ କର୍ଣ୍ଣାଟକର ହାସନ ଲୋକସଭା ଆସନର ଫଳାଫଳ ଆସିଯାଇଛି। ଏଠାରେ ଏଥର ଏନଡିଏ ପ୍ରାର୍ଥୀ ଭାବେ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ହାରିଯାଇଛନ୍ତି। କଂଗ୍ରେସର ଶ୍ରେୟାସ ପଟେଲ ୪୪,୦୦୦ ଭୋଟରେ ରେଭନ୍ନାଙ୍କୁ ପରାସ୍ତ କରିଛନ୍ତି।
ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ଏପ୍ରିଲ ୨୭ରେ ଦେଶ ଛାଡ଼ି ଜର୍ମାନୀ ପଳାଇଥିଲେ । ତେବେ ମେ ୩୧ରେ ସ୍ବଦେଶ ଫେରିବା ପରେ ତାଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା। ସେ ଏବେ ପୋଲିସ ହାଜତରେ ଅଛନ୍ତି। ରେଭନ୍ନା ୨୦୧୯ରେ ହାସନ ଆସନରୁ ବିଜୟୀ ହୋଇଥିଲେ।
ଆମେଥିରେ ସ୍ମୃତି ଇରାନୀ ପଛୁଆ
Next Articleବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୟାଟ୍ରିକ ବିଜୟ, ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
