न्यूज़रूम ओडिशा
ब्रेकिंग
ओडिया समाचार

ଜୁଲାଇ ୨ରୁ ରଙ୍ଗେଇଲୁଣ୍ଡା ଠାରେ ସେନାରେ ଭର୍ତ୍ତି ରାଲି

ବ୍ରହ୍ମପୁର: ଆସନ୍ତା ମାସ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପଡ଼ିଆରେ ସେନାରେ ଭର୍ତ୍ତି ରାଲି ଅନୁଷ୍ଠିତ ହେବ। ଅଗ୍ନିବୀର ଯୋଜନାରେ ସେନାବାହିନୀରେ ଭର୍ତ୍ତି ନିମନ୍ତେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାର ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏଥିପାଇଁ କସ୍ମିନ କାଳେ ଲାଞ୍ଚ ପ୍ରଦାନ କିମ୍ବା ଗ୍ରହଣକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଉଭୟ ଦଣ୍ଡନୀୟ ଅପରାଧ ବୋଲି [...]

Admin•7 जून 2024
Share Article:

ବ୍ରହ୍ମପୁର: ଆସନ୍ତା ମାସ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପଡ଼ିଆରେ ସେନାରେ ଭର୍ତ୍ତି ରାଲି ଅନୁଷ୍ଠିତ ହେବ। ଅଗ୍ନିବୀର ଯୋଜନାରେ ସେନାବାହିନୀରେ ଭର୍ତ୍ତି ନିମନ୍ତେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାର ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏଥିପାଇଁ କସ୍ମିନ କାଳେ ଲାଞ୍ଚ ପ୍ରଦାନ କିମ୍ବା ଗ୍ରହଣକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଉଭୟ ଦଣ୍ଡନୀୟ ଅପରାଧ ବୋଲି ସ୍ପଷ୍ଟ କରିଦେଇଛନ୍ତି ସେନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ। କେହି ଉତ୍କୋଚ ମାଗିଲେ ପ୍ରଶାସନ, ପୋଲିସ ବା ସେନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଜି ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି।

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍ ଡିଫେନ୍ସ କଲେଜ ତରଫରୁ କର୍ଣ୍ଣଲ୍ ଆନନ୍ଦ କୁମାର ଚୟନ ଶିବିର ଦୃଷ୍ଟିରୁ ଆନୁସଙ୍ଗିକ ବ୍ୟବସ୍ଥା ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଫଲଗୁନୀ ସହାୟ ନାୟକ ଚୟନ ରାଲିର ସମସ୍ତ ବ୍ୟବସ୍ଥା ବାବଦରେ ସୂଚନା ଦେଇଥିଲେ।

ଜୁଲାଇ ୨ ତାରିଖରୁ ହେଉଥିବା ଚୟନ କାର୍ଯ୍ୟକ୍ରମ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ସେନା କର୍ତ୍ତୃପକ୍ଷ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି। ଆଇନଶୃଙ୍ଖଳା ରକ୍ଷା, ସ୍ବଚ୍ଛତା, ପ୍ରାର୍ଥୀମାନଙ୍କ ବିଶ୍ରାମ ସ୍ଥଳୀ, ରନିଂ ଟ୍ରାକ୍ ପ୍ରସ୍ତୁତି, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା, ପାନୀୟ ଜଳ ଯୋଗାଣ, ଆଲୋକ ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୈ।ଚାଳୟ, ବ୍ରହ୍ମପୁର ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଠାରୁ ଚୟନ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସ୍ବଚ୍ଛନ୍ଦରେ ଯାତାୟାତ ଆଦି ବ୍ୟବସ୍ଥା କରାଯାଇଛି।

#Odia#Odisha#News
Share Article:

Related Articles