ମୋଦୀଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି, ରବିବାର ଶପଥ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରବିବାର (ଜୁନ୍ ୯) ଶପଥ ନେବେ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଭାରତର ପ୍ରଥମ ନେତା ଭାବେ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପୁରୁଣା ସଂସଦର ସେଣ୍ଟ୍ରାଲ୍ ହଲ୍ [...]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରବିବାର (ଜୁନ୍ ୯) ଶପଥ ନେବେ । ଜବାହାରଲାଲ ନେହେରୁଙ୍କ ପରେ ମୋଦୀ ଭାରତର ପ୍ରଥମ ନେତା ଭାବେ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପୁରୁଣା ସଂସଦର ସେଣ୍ଟ୍ରାଲ୍ ହଲ୍ (ସମ୍ବିଧାନ ସଦନ)ରେ ଅନୁଷ୍ଠିତ ବୈଠକରେ ମୋଦୀଙ୍କୁ ଏନଡିଏ ସଂସଦ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏନଡିଏର ୧୩ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଅମିତ ଶାହା ଏହାକୁ ସମର୍ଥନ କରିଥିଲେ ଏବଂ ନିତିନ ଗଡକରୀ ଅନୁମୋଦନ କରିଥିଲେ। ଜେଡିଏସ ସଭାପତି କୁମାରସ୍ୱାମୀଙ୍କ ସହ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଘୋଷଣା କରିଥିଲେ ।
ଏହି ବୈଠକରେ ଏନଡିଏର ସମସ୍ତ ୨୯୩ ସାଂସଦ, ରାଜ୍ୟସଭା ସାଂସଦ ଏବଂ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ବୈଠକ ପରେ ମୋଦୀଙ୍କ ନେତୃତ୍ଵରେ ଏନଡିଏର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।
ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର (୨୭୨) ଛୁଇଁ ପାରି ନାହିଁ । ଦଳ ଏଥର ୨୪୦ ଆସନରେ ସୀମିତ ରହିଛି । ତେବେ ଏନଡିଏ ୨୯୩ ଆସନ ସଂଖ୍ୟାଗରିଷ୍ଠତା ଟପିଥିବାରୁ ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପଥ ସୁଗମ ହୋଇଯାଇଛି। ବିଜେପି ବ୍ୟତୀତ ଏନଡିଏରେ ୧୪ ସହଯୋଗୀ ଦଳର ୫୩ ସାଂସଦ ଅଛନ୍ତି। ଏଥିମଧ୍ୟରୁ ଚନ୍ଦ୍ରବାବୁଙ୍କ ଟିଡିପି ୧୬ ଆସନ ସହ ଏନଡିଏର ଦ୍ୱିତୀୟ ଏବଂ ନୀତୀଶଙ୍କ ଜେଡିୟୁ ୧୨ଟି ସିଟ୍ ସହିତ ତୃତୀୟ ବୃହତ୍ତମ ଦଳ ହୋଇଛି। ଏଥର ବିଜେପି ପାଇଁ ଏହି ଉଭୟ ଦଳ ଗୁରୁତ୍ୱପୂର୍ଣ୍ଣ।
ଜୁଲାଇ ୨ରୁ ରଙ୍ଗେଇଲୁଣ୍ଡା ଠାରେ ସେନାରେ ଭର୍ତ୍ତି ରାଲି
Next Articleଆଉ ନାହାନ୍ତି ମିଡିଆ ମୋଗଲ ରାମୋଜୀ ରାଓ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
