न्यूज़रूम ओडिशा
ब्रेकिंग
ओडिया समाचार

ସୋରଡ଼ା: ଭ୍ୟାନ୍ ଓଲଟି ୧୩ ବଙ୍ଗୀୟ ପର୍ଯ୍ୟଟକ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଖୁଣ୍ଟେଶ୍ବରୀ ମନ୍ଦିର ଘାଟି ରାସ୍ତାରେ ଆଜି ଅପରାହ୍ନରେ ଏକ ଭ୍ୟାନ୍ ଓଲଟି ୧୩ ଜଣ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଅଞ୍ଚଳର ବାସିନ୍ଦା। ଏମାନେ କିଛି ଦିନ ତଳେ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲୁଥିଲେ। ଦୁଇ [...]

Admin•5 जुलाई 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଖୁଣ୍ଟେଶ୍ବରୀ ମନ୍ଦିର ଘାଟି ରାସ୍ତାରେ ଆଜି ଅପରାହ୍ନରେ ଏକ ଭ୍ୟାନ୍ ଓଲଟି ୧୩ ଜଣ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଓ ଗୁରୁତର ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଅଞ୍ଚଳର ବାସିନ୍ଦା।

ଏମାନେ କିଛି ଦିନ ତଳେ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲୁଥିଲେ। ଦୁଇ ଦିନ ତଳେ ବ୍ରହ୍ମପୁରରେ ପହଞ୍ଚି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଭ୍ରମଣରେ ଏକ ଟୁରିଷ୍ଟ ଭ୍ୟାନ୍ ଭଡା କରି ବାହାରିଥିଲେ। ଆଜି ସେଠାରୁ ଫେରି ସୋରଡ଼ା ଖୁଣ୍ଟେଶ୍ବରୀ ମନ୍ଦିର ଥିବା ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ। ତେବେ ପାହାଡ ଉପରୁ ଫେରିବା ବେଳେ ଗାଡ଼ିର ବ୍ରେକ୍ ଫେଲ୍ ହୋଇ ଓଲଟି ପଡିଥିଲା। ସୋରଡ଼ା ଥାନା ପୋଲିସ, ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟ କରିଥିଲେ।

#Odia#Odisha#News
Share Article:

Related Articles