ଶ୍ରୀମନ୍ଦିରରେ କୋଳିବିକା ନୀତି ପାଳିତ
ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ପରଠାରୁ ଶ୍ରୀ ମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହିକ୍ରମରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀ ଜୀଉମାନଙ୍କର ‘ବଣ ଭୋଜି ବେଶ” ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଯାଇଥିଲା। ପୂଜାପଣ୍ଡା ସାମନ୍ତ ବଡ଼ବାଡ଼ ରୁ ରାମ [...]
ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ପରଠାରୁ ଶ୍ରୀ ମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହିକ୍ରମରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀ ଜୀଉମାନଙ୍କର ‘ବଣ ଭୋଜି ବେଶ” ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଯାଇଥିଲା। ପୂଜାପଣ୍ଡା ସାମନ୍ତ ବଡ଼ବାଡ଼ ରୁ ରାମ ଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣ ଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକ ଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ମୂଳରେ ଥିବା ପାଲିଙ୍କିରେ ବିଜେ ହୋଇଥିଲେ । ବିମାନବଡୁ ସେବକ ଉକ୍ତ ପାଲିଙ୍କି କୁ ନେଇ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନ ରେ ବିଜେ କରାଇଥିଲେ। ଏହି ଠାରେ ଜଣେ ସେବକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥିଲେ।
“ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ ”
ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ଶ୍ରୀ ରାମ ମନ୍ଦିର କୃଷ୍ଣ ଙ୍କୁ ସମର୍ପଣ କରିଥିଲେ। ଏହାପରେ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା ନୀତି ବଢାଇଥିଲେ । ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଆସି ବିଜେ ହେବା ପରେ ଅନ୍ୟାନ୍ୟ ନୀତି ବଢିଥିଲା।
ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ
Next Articleସାପ କାମୁଡ଼ାରେ ମାଆ ଝିଅ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
