न्यूज़रूम ओडिशा
ब्रेकिंग
ओडिया समाचार

ସାପ କାମୁଡ଼ାରେ ମାଆ ଝିଅ ମୃତ

ଫୁଲବାଣୀ: ବର୍ଷା ଦିନେ ସାପ କାମୁଡ଼ାରେ ମୃତାହତ ଘଟଣା ତାଲିକାରେ ଆଉ ଏକ ଦୁଃଖଦାୟକ ଅଘଟଣ ଯୋଡ଼ି ହୋଇଯାଇଛି। ବିଷଧର ସାପ କାମୁଡାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୂଇଁ ଗାଁରେ ମାଆ ଝିଅଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖାଇପିଇ ଘରେ ସମସ୍ତେ ଶୋଇଥିଲେ। ଭୋର ୩ଟାରେ ଘର ଭିତରକୁ ଏକ ବିଷାକ୍ତ ସାପ ପଶି ଆସି ଦୁହିଁଙ୍କୁ କାମୁଡି ପକାଇଥିଲା। ଯନ୍ତ୍ରଣାରେ ଦୁହେଁ ଛଟପଟ ହେବାରୁ ପରିବାର ଲୋକ ଏହା ଜାଣିବାକୁ [...]

Admin•29 अगस्त 2024
Share Article:

ଫୁଲବାଣୀ: ବର୍ଷା ଦିନେ ସାପ କାମୁଡ଼ାରେ ମୃତାହତ ଘଟଣା ତାଲିକାରେ ଆଉ ଏକ ଦୁଃଖଦାୟକ ଅଘଟଣ ଯୋଡ଼ି ହୋଇଯାଇଛି। ବିଷଧର ସାପ କାମୁଡାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୂଇଁ ଗାଁରେ ମାଆ ଝିଅଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖାଇପିଇ ଘରେ ସମସ୍ତେ ଶୋଇଥିଲେ। ଭୋର ୩ଟାରେ ଘର ଭିତରକୁ ଏକ ବିଷାକ୍ତ ସାପ ପଶି ଆସି ଦୁହିଁଙ୍କୁ କାମୁଡି ପକାଇଥିଲା। ଯନ୍ତ୍ରଣାରେ ଦୁହେଁ ଛଟପଟ ହେବାରୁ ପରିବାର ଲୋକ ଏହା ଜାଣିବାକୁ ପାଇଥିଲେ। ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା। ସକାଳେ ପଡୋଶୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଲଡୁ ନାଇକଙ୍କ ପତ୍ନୀ ଗୁରୁବାରୀ ନାଇକ (୩୦) ଓ ଝିଅ ସୁବି ନାଇକ (୮)କୁ ଆଣିଲା ବେଳକୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ଗାଁ ଶ୍ମଶାନରେ ଶେଷକୃତ୍ୟ ପାଇଁ ନିଆଯାଇଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

#Odia#Odisha#News
Share Article:

Related Articles