ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି ସମ୍ପର୍ଣ୍ଣ
ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ଏକ ବିଶେଷ ବିଧି ପାଳିତ ହୋଇଥାଏ ! ତାହାକୁ ଋଷି ପଞ୍ଚମୀ ବ୍ରତ ନାମରେ ଅଭିହିତ କରାଯାଇଥାଏ ! ଶ୍ରୀମନ୍ଦିରରେ ଏହି ବ୍ରତ ପାଳନ ନିଜେ ମା’ ଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି ! ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀମାନେ ରଜସ୍ୱଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି ତେବେ ସେଥିରୁ ମୁକ୍ତି ପାଇବାପାଇଁ ନିର୍ଦ୍ଦିଷ୍ଟ ସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ! ସେହି ବିଧି ଅନୁଯାୟୀ [...]
ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ଏକ ବିଶେଷ ବିଧି ପାଳିତ ହୋଇଥାଏ ! ତାହାକୁ ଋଷି ପଞ୍ଚମୀ ବ୍ରତ ନାମରେ ଅଭିହିତ କରାଯାଇଥାଏ ! ଶ୍ରୀମନ୍ଦିରରେ ଏହି ବ୍ରତ ପାଳନ ନିଜେ ମା’ ଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି ! ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀମାନେ ରଜସ୍ୱଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି ତେବେ ସେଥିରୁ ମୁକ୍ତି ପାଇବାପାଇଁ ନିର୍ଦ୍ଦିଷ୍ଟ ସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ! ସେହି ବିଧି ଅନୁଯାୟୀ ଏହି ଦିନ ସକାଳ ଧୂପ ନୀତି ବଢିବାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ବିଜେ କରାଈଥାନ୍ତି। ପୂଜାପଣ୍ତା ଆଜ୍ଞାମାଳ ଦେବାରେ ମୁକ୍ତିମଣ୍ତପ ତଳେ ଥିବା ପାଲିଙ୍କିରେ ବିଜେ କରି ଶ୍ରୀଦେବୀ ମାର୍କଣ୍ତେୟ ମହାଦେବଙ୍କ ନିକଟକୁ ଯାଇଥାନ୍ତି ! ସେଠାରେ ଶ୍ରୀଦେବୀଙ୍କର ସ୍ନାନବିଧି ମାଜଣା କରାଯାଏ ଓ ତତ୍ପରେ ପୂଜାପଣ୍ତା ମାର୍କଣ୍ତେୟ ଉପସ୍ଥିତିରେ ସପ୍ତଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି !
ଏହାପରେ ପୂଜାପଣ୍ତା ବ୍ରତକଥା ପଠନ କରନ୍ତି ! ଏହି ବ୍ରତ କଥାରେ ପୂର୍ବକାଳରେ ଏକ ବ୍ରାହ୍ମଣ ଦମ୍ପତ୍ତି କିପରି ଦୋଷଯୁକ୍ତ ହୋଇ ପଶୁ ଜନ୍ମଲାଭ କରିଥିଲେ। ସେମାନଙ୍କର ସନ୍ତାନ ଋଷିପଞ୍ଚମୀ ବ୍ରତ କରିବାରୁ ସେହି ଦୋଷରୁ ମୁକ୍ତିଲାଭ କରିଥିଲେ, ଏହା ବର୍ଣ୍ଣିତ ଅଛି ! ଏହି ବ୍ରତ କଥା ପରେ ଆରତି କରାଯାଏ ଏବଂ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି। ପରେ ମଧ୍ୟାହ୍ନ ଧୂପ କରାଯାଏ ! ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର ଓ ଦହି ଓ ଅନ୍ୟାନ୍ୟ ଫଳ ଭୋଗ କରାଯାଏ ! ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ମନ୍ଦିର ର ପୂଜାପଣ୍ତାଙ୍କୁ ଛଞ୍ଚା ଦେଇଥାନ୍ତି । ଅନେକ କିଛି ଲୌକିକ ଲୀଳା ର ଏହା ଶ୍ରୀଜୀଉଙ୍କ ଏକ ମାନବୀୟ ଲୀଳା ମାତ୍ର।
ସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Next ArticleLow Pressure: ODRAF and NDRF Teams Deployed in Several Dists
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
