न्यूज़रूम ओडिशा
ब्रेकिंग
ओडिया समाचार

ଜାମ୍ମୁ କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନ, ଜଣେ ମୃତ, ଫସିଛନ୍ତି ଅନେକ ବିଦେଶୀ ପର୍ଯ୍ୟଟକ

ଗୁଲମର୍ଗ: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ଗୁରୁବାର ହିମସ୍ଖଳନ ଯୋଗୁଁ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକ ବରଫ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି ।‌ ଅଧିକାଂଶ ପର୍ଯ୍ୟଟକ ସ୍କିଂର ମଜା ଉଠାଉଥିବା ବେଳେ ଏହି ଘଟଣା ଘଟିଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ [...]

Admin•22 फ़रवरी 2024
Share Article:

ଗୁଲମର୍ଗ: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ଗୁରୁବାର ହିମସ୍ଖଳନ ଯୋଗୁଁ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକ ବରଫ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି ।‌ ଅଧିକାଂଶ ପର୍ଯ୍ୟଟକ ସ୍କିଂର ମଜା ଉଠାଉଥିବା ବେଳେ ଏହି ଘଟଣା ଘଟିଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସେନା ମଧ୍ୟ ସାମିଲ ହୋଇଛି। ଗତ କିଛି ଦିନ ଧରି ଗୁଲମର୍ଗରେ ପ୍ରବଳ ତୁଷାରପାତ ହେଉଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏକ ବିବୃତ୍ତିରେ କହିଛି, ଆଜି ଅପରାହ୍ନ ପ୍ରାୟ ୨ଟାରେ ପ୍ରବଳ ତୁଷାର ଝଡ଼ ଓ ହିମସ୍ଖଳନ ଯୋଗୁଁ ଗୁଲମର୍ଗରେ ତିନି ଜଣ ବିଦେଶୀ ପର୍ଯ୍ୟଟକ ଫସି ଯାଇଥିଲେ। ଦୁଃଖର ବିଷୟ ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଆହତ ହୋଇଛନ୍ତି ଏବଂ ଜଣେ ନିଖୋଜ ଅଛନ୍ତି।

#Odia#Odisha#News
Share Article:

Related Articles