न्यूज़रूम ओडिशा
ब्रेकिंग
ओडिया समाचार

ଆଘାତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଲେ ସାମି

ନୂଆଦିଲ୍ଲୀ: ବାମ ଗୋଇଠିରେ ଆଘାତ ଯୋଗୁଁ ଦ୍ରୁତ ବୋଲର ମହମ୍ମଦ ସାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ଲଣ୍ଡନରେ ସାମିଙ୍କ ଅସ୍ତ୍ରୋପଚାର ହେବ । ଏହି ୩୩ ବର୍ଷୀୟ ବୋଲର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଖେଳୁ ନାହାଁନ୍ତି। ସେ ଶେଷ ଥର ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଖେଳିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, [...]

Admin•22 फ़रवरी 2024
Share Article:

ନୂଆଦିଲ୍ଲୀ: ବାମ ଗୋଇଠିରେ ଆଘାତ ଯୋଗୁଁ ଦ୍ରୁତ ବୋଲର ମହମ୍ମଦ ସାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ଲଣ୍ଡନରେ ସାମିଙ୍କ ଅସ୍ତ୍ରୋପଚାର ହେବ । ଏହି ୩୩ ବର୍ଷୀୟ ବୋଲର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଖେଳୁ ନାହାଁନ୍ତି। ସେ ଶେଷ ଥର ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଖେଳିଥିଲେ।

ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଘାତପ୍ରାପ୍ତ ଗୋଇଠିରେ ଏକ ସ୍ପେଶାଲ୍ ଇଞ୍ଜେକ୍ସନ ଦେବା ପାଇଁ ସାମି ଜାନୁଆରୀ ଶେଷ ସପ୍ତାହରେ ଲଣ୍ଡନ ଯାଇଥିଲେ। ତାଙ୍କୁ କୁହାଯାଇଥିଲା ଯେ ତିନି ସପ୍ତାହ ପରେ ସେ ଧିରେ ଧିରେ ଦୌଡ଼ିବା ଆରମ୍ଭ କରିପାରିବେ । ଏଥିସହ ଏହି ଇଞ୍ଜେକ୍ସନ ମଧ୍ୟ ନେଇ ପାରିବେ । କିନ୍ତୁ ଇଞ୍ଜେକ୍ସନ୍ କାମ କରୁନାହିଁ । ଏବେ ତାଙ୍କ ପାଖରେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ । ସେ ଶୀଘ୍ର ଅସ୍ତ୍ରୋପଚାର ପାଇଁ ବ୍ରିଟେନ ଯିବେ। ଏପରି ପରିସ୍ଥିତିରେ ଆଇପିଏଲ୍ ୨୦୨୪ରେ ତାଙ୍କ ଖେଳିବ ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତିି । ସାମି ଆଇପିଏଲରେ ଗତ ଦୁଇ ସିଜନ୍ ଧରି ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଛନ୍ତି ।

ଯନ୍ତ୍ରଣା ସତ୍ତ୍ୱେ ସାମି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଖେଳିଥିଲେ | ଗୋଇଠି ଆଘାତ ଯୋଗୁଁ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇନଥିଲା । ସେ ବିଶ୍ୱକପରେ ସର୍ବାଧିକ ୨୪ ୱିକେଟ୍ ନେଇଥିଲେ । ନିକଟରେ ସାମି ଅର୍ଜୁନ ପୁରସ୍କାର‌ ପାଇଥିଲେ ।

#Odia#Odisha#News
Share Article:

Related Articles