ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀ ହନିମୁନ୍ ପାଇଁ ଗୋଆ ଯାଉଥିଲେ
ନୂଆଦିଲ୍ଲୀ: ବିମାନ ୧୩ ଘଣ୍ଟା ବିଳମ୍ବ ହେବାରୁ ରାଗିଯାଇ ପାଇଲଟଙ୍କୁ ଯେଉଁ ଯାତ୍ରୀ ଜଣକ ମାଡ଼ ମାରିଥିଲେ, ସେ ତାଙ୍କ ହନିମୁନ୍ ପାଇଁ ଗୋଆ ଯାଉଥିଲେ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ମାଡ଼ ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତାଙ୍କୁ ଜାମିନ ମିଳିଛି। ଏହି ଘଟଣାର ରବିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଅଭିଯୁକ୍ତ ଯାତ୍ରୀଙ୍କ ନାଁ ହେଉଛି ସାହିଲ କଟାରିଆ । [...]
ନୂଆଦିଲ୍ଲୀ: ବିମାନ ୧୩ ଘଣ୍ଟା ବିଳମ୍ବ ହେବାରୁ ରାଗିଯାଇ ପାଇଲଟଙ୍କୁ ଯେଉଁ ଯାତ୍ରୀ ଜଣକ ମାଡ଼ ମାରିଥିଲେ, ସେ ତାଙ୍କ ହନିମୁନ୍ ପାଇଁ ଗୋଆ ଯାଉଥିଲେ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ମାଡ଼ ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତାଙ୍କୁ ଜାମିନ ମିଳିଛି। ଏହି ଘଟଣାର ରବିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।
ଅଭିଯୁକ୍ତ ଯାତ୍ରୀଙ୍କ ନାଁ ହେଉଛି ସାହିଲ କଟାରିଆ । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଗୋଆ ଯାଉଥିବା ଏକ ଇଣ୍ଡିଗୋ ବିମାନ ଭିତରେ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବା ପାଇଲଟଙ୍କୁ ସାହିଲ ରାଗିଯାଇ ଆକ୍ରମଣ କରିଥିଲେ। ପୋଲିସର ସୂଚନାନୁସାରେ, ସାହିଲଙ୍କ ବିବାହ ପାଞ୍ଚ ମାସ ତଳେ ହୋଇଥିଲା । ହେଲେ ସେ ଦାବି କରିଥିଲେ ଯେ ସେ ହନିମୁନ୍ ପାଇଁ ଗୋଆ ଯାଉଥିଲେ । ସାହିଲଙ୍କ ଦିଲ୍ଲୀ ଅମର କଲୋନୀରେ ଏକ ଖେଳନା ଦୋକାନ ଅଛି । ତାଙ୍କ ଭାଇ ଜଣେ ଓକିଲ।
ସାହିଲ କଟାରିଆ ପାଇଲଟଙ୍କୁ ମୁଥ ମାରୁଥିବା ବେଳେ ବିମାନର ଅନ୍ୟ ଚାଳକ ସଦସ୍ୟମାନେ ତାଙ୍କ ଉପରେ ପାଟି କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି। ସେ ବହୁ ସମୟ ଧରି ବିମାନରେ ବସିଛନ୍ତି । ଯଦି ବିମାନ ଗୋଆକୁ ଯାଉନାହିଁ ତେବେ ତାଙ୍କୁ ଯିବାକୁ ଅନୁମତି ଦିଆଯାଉ ବୋଲି ସାହିଲ କଟାରିଆ କହୁଥିବା ଶୁଣିବାକୁ ମିଳୁଛି । ଅନ୍ୟ ଏକ ଭିଡିଓ କ୍ଲିପ୍ରେ ସୁରକ୍ଷା କର୍ମୀମାନେ ସାହିଲ କଟାରିଆଙ୍କୁ ବିମାନରୁ ବାହାରକୁ ନେଉଛନ୍ତି ଓ ତାଙ୍କର ଏଭଳି ଆଚରଣ ପାଇଁ ସେ କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି। ପରେ ତାଙ୍କୁ ପୋଲିସ ଥାନାକୁ ନିଆଯାଇଥିଲା ଓ ଗିରଫ କରାଯାଇଥିଲା।
ଆଇଏମ୍ଏଫ୍ ର ଆକଳନ: ଲୋକଙ୍କ ଚାକିରି ଖାଇବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ
Next ArticleJay Jagannath: Beautiful Rendition Showcasing Parikrama Prakalpa Transformation By Jubin Nautiyal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
