न्यूज़रूम ओडिशा
ब्रेकिंग
ओडिया समाचार

ଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର‌ ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି [...]

Admin•18 अप्रैल 2024
Share Article:

ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର‌ ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି ଆକ୍ସନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣରୁ ଏହି ପରିସଂଖ୍ୟାନ ସାମ୍ନାକୁ ଆସିଛି।

୨୦୦୨ରେ ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଣାଯାଇଥିଲା। ଟିକସ ଫାଙ୍କି, କଳା ଟଙ୍କା ଏବଂ ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧର ତଦନ୍ତ ପାଇଁ ଜୁଲାଇ ୧, ୨୦୦୫ରୁ ଏହି ଆଇନ ଲାଗୁ କରାଯାଇଥିଲା।

ଗତ ୧୦ ବର୍ଷ ଧରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ବିରୋଧରେ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହୁଛନ୍ତି ଯେ ଇଡି ଏକ ସ୍ବାଧୀନ ସଂସ୍ଥା। ଏହାର ତଦନ୍ତ ତଥ୍ୟ ଆଧାରିତ । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ସଂସ୍ଥାର ଅଧିକାର ରହିଛି।

ତଥ୍ୟ ମୁତାବକ ପିଏମ୍ଏଲ୍ଏ ଆଇନ ଅଧୀନରେ ଗତ ୧୦ ବର୍ଷରେ ୫,୧୫୫ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ୟୁପିଏ କାର୍ଯ୍ୟକାଳରେ କେବଳ ୧୭୯୭ ଏଫଆଇଆର ରୁଜୁ ହୋଇଥିଲା। ୟୁପିଏ କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ଇଡି ଦ୍ବାରା ରୁଜୁ ମାମଲା ପ୍ରାୟ ତିନି ଗୁଣ ବଢ଼ିଛି।

#Odia#Odisha#News
Share Article:

Related Articles