न्यूज़रूम ओडिशा
ब्रेकिंग
ओडिया समाचार

ଗିରଫ ପରେ ଶାହାଜାହାନ ଶେଖ ତୃଣମୂଳ କଂଗ୍ରେସରୁ ୬ ବର୍ଷ ନିଲମ୍ବିତ

କୋଲକାତା: ଗିରଫ ହେବାର କିଛି ଘଣ୍ଟା ପରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଗିରଫ ପରେ ଗୁରୁବାର ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗର ବାସୀରହାଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଶାହଜାହାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ପଶ୍ଚିମବଙ୍ଗ ପୋଲିସ କହିଛି, ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇ ନାହିଁ ବରଂ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶାହଜାହାନ [...]

Admin•29 फ़रवरी 2024
Share Article:

କୋଲକାତା: ଗିରଫ ହେବାର କିଛି ଘଣ୍ଟା ପରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଗିରଫ ପରେ ଗୁରୁବାର ଶାହାଜାହାନ ଶେଖଙ୍କୁ ପଶ୍ଚିମବଙ୍ଗର ବାସୀରହାଟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଶାହଜାହାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ପଶ୍ଚିମବଙ୍ଗ ପୋଲିସ କହିଛି, ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇ ନାହିଁ ବରଂ ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କରାଯାଇଛି।

ରାସନ ଦୁର୍ନୀତି ମାମଲାରେ ଜାନୁୟାରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ଘଟଣା ପରଠୁ ଶାହଜାହାନ ଫେରାର ହୋଇଯାଇଥିଲେ।

ଶେଖ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡ଼ପ ଓ ମହିଳାମାନଙ୍କୁ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଥିଲା । ଶେଖଙ୍କ ଗିରଫ ଦାବିରେ ସନ୍ଦେଶଖାଲି ଅଞ୍ଚଳର ଲୋକମାନେ ଗତ ଦେଢ଼ ମାସରୁ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ମାମଲା ନେଇ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା ‌। ଶାହାଜାହାନଙ୍କୁ ଶାସକ ଟିଏମସି ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଥିଲେ ବିଜେପି ଓ କଂଗ୍ରେସ ।

#Odia#Odisha#News
Share Article:

Related Articles