न्यूज़रूम ओडिशा
ब्रेकिंग
ओडिया समाचार

କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ହିମାଚଳ ବାଚସ୍ପତି

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀ ସପକ୍ଷରେ ‘କ୍ରସ୍-ଭୋଟିଂ’ କରିଥିଲେ। ସେମାନେ ବିଧାନସଭାରେ ଅର୍ଥ ବିଲ୍ ନେଇ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ହ୍ବିପକୁ ବି ଅଣଦେଖା କରିଥିଲେ। ଏହା ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ ବୋଲି କୁହାଯାଉଛି। ଅଯୋଗ୍ୟ [...]

Admin•29 फ़रवरी 2024
Share Article:

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିଆ ଗୁରୁବାର ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀ ସପକ୍ଷରେ ‘କ୍ରସ୍-ଭୋଟିଂ’ କରିଥିଲେ। ସେମାନେ ବିଧାନସଭାରେ ଅର୍ଥ ବିଲ୍ ନେଇ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଦଳୀୟ ହ୍ବିପକୁ ବି ଅଣଦେଖା କରିଥିଲେ। ଏହା ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ ବୋଲି କୁହାଯାଉଛି।

ଅଯୋଗ୍ୟ ଘୋଷିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ରଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟ୍ଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା ଅଛନ୍ତି।

ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ସରକାରୀ ବାସଭବନରେ ଦଳୀୟ ବିଧାୟକଙ୍କ ସହ ଜଳପାନ ବୈଠକ କରିଛନ୍ତିି। ଏହି ବୈଠକରେ କ’ଣ ଆଲୋଚନା ହୋଇଥିଲା ଏବଂ ସେଠାରେ କେତେ ଜଣ ବିଧାୟକ ଉପସ୍ଥିତ ଥିଲେ ତାହା ତୁରନ୍ତ ଜଣାପଡ଼ି ନାହିଁ । କିନ୍ତୁ ଅଧିକାଂଶ ବିଧାୟକ କହିଛନ୍ତି ଯେ ସରକାର ସ୍ଥିର ଅଛି ଏବଂ ପୂରା କାର୍ଯ୍ୟକାଳ ପୂରଣ କରିବ।

ଏପଟେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଦ୍ବାରା ଆହୂତ ବୈଠକ ଜାରି ରହିଥିବା ବେଳେ ଅନ୍ୟପଟେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପଠାନିଆ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ବାଚସ୍ପତି ବୁଧବାର ଏହି ବିଧାୟକ ମାନଙ୍କ ଅଯୋଗ୍ୟତା ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ।

ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ ୬୮ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୦ ଜଣ କଂଗ୍ରେସ ବିଧାୟକ, ୨୫ ଜଣ ବିଜେପି ବିଧାୟକ ଏବଂ ତିନି ଜଣ ସ୍ୱାଧୀନ ବିଧାୟକ ଅଛନ୍ତି।

#Odia#Odisha#News
Share Article:

Related Articles