न्यूज़रूम ओडिशा
ब्रेकिंग
ओडिया समाचार

ଆମେଥିରେ ସ୍ମୃତି ଇରାନୀ ପଛୁଆ

ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପଛରେ ପଡ଼ିଯାଇଛନ୍ତି । ନିର୍ବାଚନ କମିଶନର ୱେବସାଇଟରେ ତଥ୍ୟ ଅନୁଯାୟୀ ସ୍ମୃତି ଇରାନୀ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ଠାରୁ ପଛୁଆ ଅଛନ୍ତି। ଇରାନୀ ୬୩,୬୫୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୯୦,୭୪୭ ଭୋଟ୍ ପାଇଛନ୍ତି। କିଶୋରୀ ଲାଲ ଶର୍ମା ଏଯାବତ୍ ୨୭,୦୯୪ ଭୋଟରେ ଆଗୁଆ ରହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ କଂଗ୍ରେସର ଗଡ଼ କୁହାଯାଉଥିବା [...]

Admin•4 जून 2024
Share Article:

ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପଛରେ ପଡ଼ିଯାଇଛନ୍ତି । ନିର୍ବାଚନ କମିଶନର ୱେବସାଇଟରେ ତଥ୍ୟ ଅନୁଯାୟୀ ସ୍ମୃତି ଇରାନୀ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ଠାରୁ ପଛୁଆ ଅଛନ୍ତି। ଇରାନୀ ୬୩,୬୫୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୯୦,୭୪୭ ଭୋଟ୍ ପାଇଛନ୍ତି। କିଶୋରୀ ଲାଲ ଶର୍ମା ଏଯାବତ୍ ୨୭,୦୯୪ ଭୋଟରେ ଆଗୁଆ ରହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରେ ରାହୁଲ ଗାନ୍ଧୀଙ୍କୁ ହରାଇଥିଲଜ । ତେବେ ଏଥର କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସ୍ଥାନରେ କିଶୋରୀ ଲାଲ ଶର୍ମାଙ୍କୁ ଏଠାରେ ପ୍ରାର୍ଥୀ କରିଛି।

#Odia#Odisha#News
Share Article:

Related Articles