न्यूज़रूम ओडिशा
ब्रेकिंग
ओडिया समाचार

ଚାଷୀ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ବ୍ଲକ୍ ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଅସମ୍ମତି ପ୍ରକାଶ କଲା ‘ଏକ୍ସ’

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ଓ ଫ୍ୟାନ୍ ପେଜ୍ ଗୁଡ଼ିକୁ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ମଧ୍ୟ ଏଲନ୍ ମସ୍କଙ୍କ ‘ଏକ୍ସ’ ଏପରି‌ କାର୍ଯ୍ୟାନୁଷ୍ଠାନରେ ଅସମ୍ମତି ପ୍ରକାଶ କରିଛି । ଏହା ବାକ୍ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ବ୍ଲକ୍ କରିବାକୁ ନିର୍ଦ୍ଦେଶ ହୋଇଥିବା ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା [...]

Admin•22 फ़रवरी 2024
Share Article:

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ଓ ଫ୍ୟାନ୍ ପେଜ୍ ଗୁଡ଼ିକୁ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ମଧ୍ୟ ଏଲନ୍ ମସ୍କଙ୍କ ‘ଏକ୍ସ’ ଏପରି‌ କାର୍ଯ୍ୟାନୁଷ୍ଠାନରେ ଅସମ୍ମତି ପ୍ରକାଶ କରିଛି । ଏହା ବାକ୍ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ବ୍ଲକ୍ କରିବାକୁ ନିର୍ଦ୍ଦେଶ ହୋଇଥିବା ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା ଓ ସେମାନଙ୍କ ସମର୍ଥକଙ୍କ ଆକାଉଣ୍ଟ ରହିଛି ।

କୃଷକଙ୍କ ଆକାଉଣ୍ଟ ବ୍ଲକ୍ କରିବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ‘ଏକ୍ସ’ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି । ବାକ୍ ସ୍ୱାଧୀନତା ସମ୍ପର୍କରେ ଉଲ୍ଲେଖ କରି ମସ୍କଙ୍କ କମ୍ପାନୀ ସ୍ପଷ୍ଟ କରିଛି “କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ କେବଳ ଏହି ଆକାଉଣ୍ଟ ଏବଂ ପୋଷ୍ଟ ଗୁଡ଼ିକୁ କେବଳ ଭାରତରେ ବ୍ଲକ୍ କରିବୁ। ତଥାପି ଆମେ ଏପରି କାର୍ଯ୍ୟାନୁଷ୍ଠାନରେ ସହମତ ନୋହୁଁ। ଆମେ ବାକ୍ ସ୍ବାଧୀନତାରେ ବିଶ୍ବାସ କରୁ ।

ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଫେବୃଆରୀ ୧୪ ଓ ୧୯ରେ ଆଇଟି ଆଇନର ଧାରା ୬୯-ଏ ଅନୁଯାୟୀ ଆଇଟି ମନ୍ତ୍ରଣାଳୟ ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବ ଲିଙ୍କକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲ। ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ସ୍ନାପଚାଟ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଥିଲେ ସରକାର ।

#Odia#Odisha#News
Share Article:

Related Articles