ନୁହରେ ବୁଲଡୋଜର ଆକ୍ସନ ଉପରେ ରୋକ୍, ନିଜଆଡୁ ହସ୍ତକ୍ଷେପ କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ | News Room Odisha

ନୁହରେ ବୁଲଡୋଜର ଆକ୍ସନ ଉପରେ ରୋକ୍, ନିଜଆଡୁ ହସ୍ତକ୍ଷେପ କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଗୁରୁଗ୍ରାମ: ଜୁଲାଇ ୩୧ରେ ହରିୟାଣାର ନୁହରେ ହୋଇଥିବା ହିଂସା ପରେ ହାଇକୋର୍ଟ ବେଆଇନ ନିର୍ମାଣ ବିରୋଧରେ ଚାଲିଥିବା ବୁଲଡୋଜର ଆକ୍ସନ ପରେ ରୋକ୍ ଲଗାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଘଟଣାରେ ନିଜଆଡୁ ହସ୍ତକ୍ଷେପ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୩୧ରେ ବିଶ୍ବ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଶୋଭାଯାତ୍ରା ବେଳେ ନୁହରେ ହିଂସା ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

ହିଂସା ପରେ ଦଙ୍ଗାକାରୀମାନଙ୍କ ବେଆଇନ ନିର୍ମାଣ ଉପରେ ହରିୟାଣାର ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ନୁହରେ ସରକାରୀ ଜାଗାରେ ଅନେକ ବେଆଇନ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା ।

ନୁହରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ କ୍ରମାଗତ ଚତୁର୍ଥ ଦିନ କର୍ତ୍ତୃପକ୍ଷଙ୍କ ତରଫରୁ ବୁଲଡୋଜିଂ ଅପରେସନ୍ ଚାଲିଥିଲା। ଏହି ସମୟରେ ଏକ ତିନି ମହଲା ହୋଟେଲ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଏହି ହୋଟେଲର ଛାତରୁ ଦଙ୍ଗାକାରୀମାନେ ଶୋଭାଯାତ୍ରା ଉପରେ ପଥରମାଡ଼ କରିଥିଲେ । ସୂଚନା ଅନୁଯାୟୀ, ବେଆଇନ ଭାବେ ନିର୍ମିତ ୧୬୨ଟି ସ୍ଥାୟୀ ଏବଂ ୫୯୧ଟି ଅସ୍ଥାୟୀ ଘର ଭାଙ୍ଗି ଦିଆଯାଇଛି।

ହରିୟଣା ହିଂସାରଜ ପୋଲିସ ଏପର୍ଯ୍ୟନ୍ତ ୫୬ଟି ଏଫ୍ଆଇଆର୍ ରୁଜୁ କରିଛି। ଏଥିସହ ୧୪୭ ଜଣଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୮ ଯାଏଁ ଇଣ୍ଟରନେଟ୍ ବନ୍ଦ ରହିଛି | ତେବେ ଲୋକଙ୍କୁ ଏଟିଏମକୁ ଯିବାକୁ ଅନୁମତି ଦିଆଯାଇଛି। ଯେଉଁଠାରେ ହିଂସା ଘଟିଥିଲା ସେହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।