ଟିଆରଏସ୍ ବିଧାୟକଙ୍କୁ ପ୍ରଲୋଭନ ମାମଲା: ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ହାଇକୋର୍ଟ | News Room Odisha

ଟିଆରଏସ୍ ବିଧାୟକଙ୍କୁ ପ୍ରଲୋଭନ ମାମଲା: ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ହାଇକୋର୍ଟ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ବିଧାୟକଙ୍କୁ ଦଳ ବଦଳ ପାଇଁ ପ୍ରଲୋଭନ ମାମଲାରେ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ମାମଲାରେ ହାଇକୋର୍ଟ ତଳ କୋର୍ଟର ଏକ ଆଦେଶକୁ ଖାରଜ କରିଛନ୍ତି।

ଇତି ମଧ୍ୟରେ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠ ମାମଲାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ହୋଇଥିବା ଆବେଦନର ଶୁଣାଣି ପାଇଁ ନଭେମ୍ବର ୪କୁ ଦିନ ଧାର୍ଯ୍ୟ କରିଛନ୍ତି ।

ଚାରି ଜଣ ଟିଆରଏସ ବିଧାୟକଙ୍କୁ ଦଳ ବଦଳ ପାଇଁ ଟଙ୍କା ଯାଚି ପ୍ରଲୋଭିତ କରିବା ଅଭିଯୋଗରେ ସାଇବରବାଦ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା । ତେବେ ଗୁରୁବାର ସ୍ଥାନୀୟ ଏକ କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ପଠାଇବାକୁ ମନା କରିଦେଇଥିଲେ। ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ତେଲେଙ୍ଗାନା ସରକାର ହାଇକୋର୍ଟ ଯାଇଥିଲେ ।