ହିମାଚଳ ପ୍ରଦେଶ: ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ, ୭ ମନ୍ତ୍ରୀ ସାମିଲ୍  | News Room Odisha

ହିମାଚଳ ପ୍ରଦେଶ: ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ, ୭ ମନ୍ତ୍ରୀ ସାମିଲ୍ 

ଶିମଲା: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂହ ସୁଖୁ ସରକାରର ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ସାତ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଡିସେମ୍ବରରେ ଅନୁଷ୍ଠିତ ହିମାଚଳ ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିଥିଲା । ସୁଖବିନ୍ଦର ସିଂ ସୁଖୁଙ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାର ଏକ ମାସ ପରେ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି । ମୋଟ ୭ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି।

ମନ୍ତ୍ରୀ ଭାବେ ସାମିଲ ହୋଇଥିବା ବିଧାୟକ ହେଲେ ଧନୀ ରାମ ଶାଣ୍ଡିଲ, ଚନ୍ଦର କୁମାର, ହର୍ଷବର୍ଦ୍ଧନ ଚୌହାନ, ଜଗତ ସିଂ ନେଗି, ରୋହିତ ଠାକୁର, ଅନିରୁଦ୍ଧ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିଧାୟକ ବିକ୍ରମାଦିତ୍ୟ ସିଂହ ଅଛନ୍ତି।

ଶିମଲା ଠାରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ।