ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ, ଭଙ୍ଗାରୁଜା କଲେ ଖଲିସ୍ତାନୀ ସମର୍ଥକ | News Room Odisha

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ, ଭଙ୍ଗାରୁଜା କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ଅଷ୍ଟ୍ରେଲିଆର ବ୍ରିସବେନ ସହରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶନିବାର ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଏହା ପଛରେ ଖଲିସ୍ତାନ ସମର୍ଥକଙ୍କ ହାତ ଥିବା କୁହାଯାଉଛି।

ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ଏହା ହେଉଛି ଚତୁର୍ଥ ଘଟଣା। ସକାଳେ ଶ୍ରଦ୍ଧାଳୁମାନେ ମନ୍ଦିରରେ ପହଞ୍ଚିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖଲିସ୍ତାନୀ ସମର୍ଥକମାନେ ବ୍ରିସବେନର ଦକ୍ଷିଣ ଭାଗରେ ଥିବା ବାରବାଙ୍କ ସ୍ଥିତ ଶ୍ରୀଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ।

ଏହା ପୂର୍ବରୁ ବ୍ରିସବେନ୍‌ର ଅନ୍ୟ ଏକ ହିନ୍ଦୁ ମନ୍ଦିର ଗାୟତ୍ରୀ ମନ୍ଦିରକୁ ମଧ୍ୟ ଧମକପୂର୍ଣ୍ଣ କଲ୍ ଆସିଥିଲା । ପାକିସ୍ତାନର ଲାହୋର ସହରରୁ ଏହି କଲ୍ କରାଯାଇଥିଲା। ପାକିସ୍ତାନର ଲାହୋରରୁ ଆସିଥିବା ଫୋନ୍ କଲ୍ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଛି।