ଦିନକୁ ଲକ୍ଷେ ଟଙ୍କା ! ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅହମ୍ମଦାବାଦରେ ହୋଟେଲ ଭଡ଼ା ଆକାଶଛୁଆଁ | News Room Odisha

ଦିନକୁ ଲକ୍ଷେ ଟଙ୍କା ! ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅହମ୍ମଦାବାଦରେ ହୋଟେଲ ଭଡ଼ା ଆକାଶଛୁଆଁ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା ହେବା କ୍ଷଣି ଅକ୍ଟୋବର ୧୫ରେ ଏଠାରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏବେଠାରୁ ହୋଟେଲ ଭଡ଼ା ଆକାଶ ଛୁଆଁ ହୋଇଗଲାଣି । ଏପରିକି ସହରର କିଛି ହୋଟେଲ୍ ଭଡ଼ା ୧୦ ଗୁଣ ବଢାଇ ଦେଇଛନ୍ତି ।

ହୋଟେଲ ବୁକିଂ ୱେବସାଇଟରେ ହୋଟେଲ ରୁମ୍ ଭଡ଼ା ଦେଖିଲେ ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅବିଶ୍ବସନୀୟ ଚାହିଦା ରହିଥିବା ଅନୁମାନ କରାଯାଇପାରେ।

ହୋଟେଲ ରୁମ୍ ଭଡ଼ା ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଥିବା ବେଳେ କିଛି ହୋଟେଲ ସେହି ଦିନ (ଅକ୍ଟୋବର ୧୫) ପାଇଁ ଏକ ଲକ୍ଷ ଟଙ୍କା ମାଗୁଛନ୍ତି | ଅନେକ ହୋଟେଲ ରୁମ୍ ବୁକ୍ ହୋଇସାରିଲାଣି |

ସାଧାରଣତଃ ଏକ ବିଳାସପୂର୍ଣ୍ଣ ହୋଟେଲରେ ଦିନକ ପାଇଁ ଭଡ଼ା ୫ରୁ ୮ ହଜାର ହୋଇଥାଏ, ଯାହା ଅକ୍ଟୋବର ୧୫ ପାଇଁ ୪୦ ହଜାରରୁ ଏକ ଲକ୍ଷ ଯାଏଁ ବୃଦ୍ଧି ପାଇଛି ।

‘ବୁକିଂ ଡଟ୍ କମ୍’ ଅନୁଯାୟୀ, ଜୁଲାଇ ୨ରେ ‘ଆଇଟିସି ଓ୍ବେଲକମ୍’ ହୋଟେଲର ଭଡ଼ା ଦିନକୁ ୫୬୯୯ ଟଙ୍କା । କିନ୍ତୁ ଅକ୍ଟୋବର ୧୫ର ପାଇଁ ଏହା ୭୧,୧୯୯ ଟଙ୍କା ।

ସେହିପରି ଆଉ ଏକ ବିଳାସପୂର୍ଣ୍ଣ ହୋଟେଲ ‘ରେନେସେଁସ୍ ଅହମ୍ମଦାବାଦ ହୋଟେଲର ବର୍ତ୍ତମାନର ଭଡା ଦିନକୁ ୮୦୦୦ ଟଙ୍କା ଅଟେ । ତେବେ ୧୫ ଅକ୍ଟୋବର ପାଇଁ ଏହାର ଭଡ଼ା ୯୦,୬୭୯ ଟଙ୍କା ଦେଖାଉଛି | ସେହିଭଳି ଏସଜି ହାଇଓ୍ବେ ପ୍ରାଇଡ୍ ପ୍ଲାଜା ହୋଟେଲର ଭଡା ସେହି ଦିନ ପାଇଁ ୩୬,୧୮୦ ଟଙ୍କା | ସାବରମତି ନଦୀ କୂଳରେ କାମା ହୋଟେଲର ଭଡା ଆସନ୍ତା ରବିବାର ପାଇଁ ୩୦୦୦ ଟଙ୍କା କିନ୍ତୁ ଅକ୍ଟୋବର ୧୫ରେ ଏହା ୨୭,୨୩୩ ଟଙ୍କା ହେବ।

ଆଇଟିସି ନର୍ମଦା, କୋର୍ଟୟାର୍ଡ ବାଏ ମ୍ୟାରିଅଟ୍ , ହାଇଟ୍ ଏବଂ ତାଜ୍ ସ୍କାଏଲାଇନ୍ ପରି ପାଞ୍ଚ ତାରକା ହୋଟେଲରେ ଅକ୍ଟୋବର ୧୫ ପାଇଁ ରୁମ୍ ହିଁ ଉପଲବ୍ଧ ନାହିଁ |

ଗୁଜରାଟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଂଘର ମୁଖପାତ୍ର ଅଭିଜିତ ଦେଶମୁଖ କହିଛନ୍ତି, “ଯଦି ହୋଟେଲ ମାଲିକମାନେ ଭାବନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାହିଦା ବହୁତ ଅଧିକ ରହିବ, ତେବେ ସେମାନେ ଆୟ ବିଷୟରେ ଚିନ୍ତା କରିବେ । କାରଣ ଅଧିକ ଭଡ଼ାରେ ମଧ୍ୟ ବୁକିଂ ଫୁଲ୍ ହେବ ବୋଲି ସେମାନେ ଜାଣନ୍ତି । ଚାହିଦା କମିଲେ ଭଡ଼ା ମଧ୍ୟ ହ୍ରାସ ପାଇବ |ସହ