ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ | News Room Odisha

ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର – ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରୁ ୪୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କାରରେ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି । ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଥିଲା ପୋଲିସ । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।