କର୍ଣ୍ଣାଟକରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ | News Room Odisha

କର୍ଣ୍ଣାଟକରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନର ବିମାନ କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାକାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟ ବଶତଃ ମହିଳା ପାଇଲଟଙ୍କ ସମେତ ଦୁଇ ପାଇଲଟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଆଇଏଏଫ୍ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତ ମଙ୍ଗଳବାର କର୍ଣ୍ଣାଟକର ବେଲାଗାଭିରେ ଏକ ଟ୍ରେନି ବିମାନର ଜରୁରୀକାଳୀନ ଅବତରଣ ସମ୍ବନ୍ଧରେ ଡିଜିସିଏ ନିର୍ଦ୍ଦେଶକ୍ରମେ ତଦନ୍ତରୁ ଜଣାପଡ଼ିଛି ଯେ ବିମାନ ଉଡାଣ ସମୟରେ ବୈଷୟିକ ତ୍ରୁଟି କାରଣରୁ ଜରୁରୀ ଲ୍ୟାଣ୍ଡିଂ ହୋଇଥିଲା । ଉଭୟ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ବାୟୁସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।