ଅଗ୍ନିପଥ ନିଯୁକ୍ତି: ସ୍ଥଳ ସେନା ପରେ ଭାରତୀୟ ବାୟୁସେନା ଜାରି କଲା ବିଜ୍ଞପ୍ତି, ଜୁନ୍ ୨୪ ରୁ ରେଜିଷ୍ଟ୍ରେସନ୍ | News Room Odisha

ଅଗ୍ନିପଥ ନିଯୁକ୍ତି: ସ୍ଥଳ ସେନା ପରେ ଭାରତୀୟ ବାୟୁସେନା ଜାରି କଲା ବିଜ୍ଞପ୍ତି, ଜୁନ୍ ୨୪ ରୁ ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ: ସ୍ଥଳ ସେନା ପରେ ଭାରତୀୟ ବାୟୁସେନା (ଆଇଏଏଫ୍) ମଧ୍ୟ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ବାୟୁସେନା ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୨୪ ରୁ ଜୁଲାଇ ୫ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ୍ ହେବ।

ବିଜ୍ଞପ୍ତି ଅନୁଯାୟୀ, ଦଶମ ପାସ୍ ଠାରୁ ଆରମ୍ଭ କରି ଡିପ୍ଲୋମା ହୋଲ୍ଡର ଓ ଧନ୍ଦାମୂଳକ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ |

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ରେ ଜୁନ୍ ୨୪ରୁ ସହଜରେ ଆବେଦନ କରିପାରିବେ |

ଯୋଗ୍ୟତା:

– ଜେନେରାଲ୍ ଡ୍ୟୁଟି (ଜିଡି) ସୈନିକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ୍ |

– ବିଭିନ୍ନ ବର୍ଗରେ ଦଶମ-ଦ୍ୱାଦଶ ପାସ୍ ଯୁବକଙ୍କୁ ସୁଯୋଗ |

ଆଇଏଏଫ୍ ଅଗ୍ନିପଥ ୨୦୨୧ ନିଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ତାରିଖ:

ପ୍ରଥମ ପର୍ଯ୍ୟାୟ –

ପଞ୍ଜୀକରଣ ଆରମ୍ଭ ହେବ- ୨୪ ଜୁନ୍ ୨୦୨୨

ପଞ୍ଜୀକରଣ ପାଇଁ ଶେଷ ତାରିଖ – ୦୫ ଜୁଲାଇ ୨୦୨୨

ଷ୍ଟାର ପରୀକ୍ଷା (ଅନଲାଇନ୍) – ୨୪ ଜୁଲାଇ ୨୦୨୨ ରୁ ୩୧ ଜୁଲାଇ ୨୦୨୨

ଦ୍ୱିତୀୟ ପର୍ଯ୍ୟାୟ ଆଡମିଟ୍ କାର୍ଡ ପ୍ରଦାନ ତାରିଖ – ୧୦ ଅଗଷ୍ଟ ୨୦୨୨

ଦ୍ୱିତୀୟ ପର୍ଯ୍ୟାୟ –

ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ – ୨୧ ଅଗଷ୍ଟ ୨୦୨୨ ରୁ ୨୮ ଅଗଷ୍ଟ ୨୦୨୨
ମେଡିକାଲ – ୨୯ ଅଗଷ୍ଟ ୨୦୨୨ ରୁ ୮ ନଭେମ୍ବର ୨୦୧୧ ପର୍ଯ୍ୟନ୍ତ

ରେଜଲ୍ଟ:
ପ୍ରୋଭିଜନାଲ ସିଲେକ୍ସନ ଲିଷ୍ଟ- ୧ ଡିସେମ୍ବର ୨୦୧୧
ଏନରୋଲମେଣ୍ଟ ଲିଷ୍ଟ ଆଣ୍ଡ କଲ୍ ଲେଟର – ୧୧ ଡିସେମ୍ବର ୨୦୨୨

ନାମଲେଖା ଅବଧି – ୨୨ ଡିସେମ୍ବର ୨୦୨୨ ରୁ ୨୯ ଡିସେମ୍ବର ୨୦୨୨

କୋର୍ସ୍ ଆରମ୍ଭ ତାରିଖ – ୩୦ ଡିସେମ୍ବର ୨୦୨୨

ବୟସ ସୀମା:
ସାଢ଼େ ୧୭ ବର୍ଷରୁ ୨୩ ବର୍ଷ ବୟସ ବର୍ଗର ପ୍ରାର୍ଥୀମାନେ ଆଇଏଏଫ୍ ରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ |

ଦରମା:
ପ୍ରଥମ ବର୍ଷ – ପ୍ରତି ମାସରେ ୩୦ ହଜାର ଟଙ୍କା |
ଦ୍ୱିତୀୟ ବର୍ଷ – ମାସକୁ ୩୩ ହଜାର ଟଙ୍କା |
ତୃତୀୟ ବର୍ଷ – ମାସକୁ ୩୬.୫ ହଜାର ଟଙ୍କା |
ଚତୁର୍ଥ ବର୍ଷ – ମାସକୁ ୪୦ ହଜାର ଟଙ୍କା |

ଦ୍ରଷ୍ଟବ୍ୟ: ପ୍ରତ୍ୟେକ ଥର ମାସିକ ବେତନରୁ ଅବସର ପ୍ୟାକେଜ୍ ପାଇଁ ୩୦-୩୦ ପ୍ରତିଶତ କଟାଯିବ | ଏହି ୩୦ ପ୍ରତିଶତ ଅଗ୍ନିବୀର କର୍ପସ୍ ପାଣ୍ଠିରେ ଜମା ହେବ | ଏହି ପାଣ୍ଠିରେ ସମାନ ପରିମାଣ ସରକାରଙ୍କଠାରୁ ମିଳିବ | ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀର ସେହି ପାଣ୍ଠି ପାଇବେ |