ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲଙ୍କୁ ନିଲମ୍ବିତ କଲେ ଝାଡ଼ଖଣ୍ଡ ସରକାର | News Room Odisha

ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲଙ୍କୁ ନିଲମ୍ବିତ କଲେ ଝାଡ଼ଖଣ୍ଡ ସରକାର

ରାଞ୍ଚି: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା ରାଜ୍ୟର ଖଣି ସଚିବ ପୂଜା ସିଙ୍ଘଲଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ମନି ଲଣ୍ଡରିଂ ଓ ମନରେଗା ଦୁର୍ନୀତି ମାମଲାରେ ଲଗାତାର ଦୁଇ ଦିନ ପଚରାଉଚରା ପରେ ପୂଜା ସିଙ୍ଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ପୂଜା ସିଙ୍ଘଲଙ୍କ ସିଏ ସୁମନ କୁମାରଙ୍କୁ ମଧ୍ୟ ଇଡି ଗିରଫ କରିଛି।

ନିକଟରେ ଇଡି ପୂଜା ସିଙ୍ଘଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସହ ରାଞ୍ଚିରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡି ୧୯ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇଥିଲା। ଏହି ମାମଲାରେ ଇଡି ତଦନ୍ତ ଜାରି ରଖିଛି ।

IAS officer Pooja Singhal