ଭାରତ, ୱେଷ୍ଟଇଣ୍ଡିଜ୍ ଉପରେ ଜରିମାନା ଲଗାଇଲା ଆଇସିସି, ପ୍ରଥମ ଟି-୨୦ରେ କରିଥିଲେ ଏହି ଭୁଲ୍ | News Room Odisha

ଭାରତ, ୱେଷ୍ଟଇଣ୍ଡିଜ୍ ଉପରେ ଜରିମାନା ଲଗାଇଲା ଆଇସିସି, ପ୍ରଥମ ଟି-୨୦ରେ କରିଥିଲେ ଏହି ଭୁଲ୍

ଦୁବାଇ: ତ୍ରିନିଦାଦର ତରୋବାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ରେ ମନ୍ଥର ଓଭର ହାର ପାଇଁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଜରିମାନା ହୋଇଛି ।

ଗୁରୁବାର ଦିନ ଖେଳାଯାଇଥିବା ମ୍ୟାଚରେ ସର୍ବନିମ୍ନ ଓଭର ହାରଠାରୁ ଗୋଟିଏ ଓଭର କମ୍ କରିଥିବାରୁ ଭାରତକୁ ମ୍ୟାଚ୍ ଫି’ର ପାଞ୍ଚ ପ୍ରତିଶତ ଜରିମାନା ହୋଇଥିବାବେଳେ ୱେଷ୍ଟଇଣ୍ଡିଜ୍ ସର୍ବନିମ୍ନ ଓଭର ହାରଠାରୁ ଦୁଇ ଓଭର କମ୍ ପାଇଁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି ।

ଆଇସିସି ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି ରିଚି ରିଚାର୍ଡସନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋଭମାନ ପାଓ୍ବେଲଙ୍କ ଦଳକୁ ନିର୍ଦ୍ଧାରିତ ସମୟରେ ଯଥାକ୍ରମେ ଗୋଟିଏ ଓ ଦୁଇଟି ଓଭର କମ୍ ପକାଇବା ପାଇଁ ଦଣ୍ଡିତ କରିଛନ୍ତି ।

ଭାରତ ପ୍ରଥମ ଟି -୨୦ରେ ଘରୋଇ ଦଳକୁ ୪ ରନରେ ହାରିଯାଇଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଗାଏନାର ପ୍ରୋଭିଡେନ୍ସରେ ଖେଳାଯିବ।