ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ଆଇସିସି | News Room Odisha

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ଆଇସିସି

ଦୁବାଇ: ନୈରାଶ୍ୟଜନକ ପ୍ରଦର୍ଶନ ସହ ବିଶ୍ୱକପରୁ ବିଦା ହେବା ପରେ ଶ୍ରୀଲଙ୍କାକୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଛି ଆଇସିସି। ଶ୍ରୀଲଙ୍କା ବୋର୍ଡର କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ଦର୍ଶାଇ ଆଇସିସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଚଳିତ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା ସରକାର ଦେଶର ପୁରା କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିଥିଲେ। ବିଶ୍ୱକପରେ ଦଳର ନିରାଶାଜନକ ପ୍ରଦର୍ଶନର ତଦନ୍ତ ପାଇଁ ଶ୍ରୀଲଙ୍କା ସରକାର ଏକ କମିଟି ଗଠନ କରିଥିଲେ ।

ବିଶ୍ୱକପରେ ଶ୍ରୀଲଙ୍କା ୯ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ଓ ୭‌ ପରାଜୟ ସହ ଅଭିଯାନ ଶେଷ କରିଥିଲା । ଶ୍ରୀଲଙ୍କାରେ ଆସନ୍ତା ବର୍ଷ ୧୯ ବର୍ଷରୁ କମ୍ ବିଶ୍ବକପ୍ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ତେବେ ଆଇସିସିରୁ ନିଲମ୍ବନ ପରେ ଏହି ଟୁର୍ଣ୍ଣାମେଣ୍ଟ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।