ଆଇସିଏମ୍ଆର୍‌ର ଭବିଷ୍ୟବାଣୀ, ମାର୍ଚ୍ଚ ସୁଦ୍ଧା ଶେଷ ହେବ ତୃତୀୟ ଲହର | News Room Odisha

ଆଇସିଏମ୍ଆର୍‌ର ଭବିଷ୍ୟବାଣୀ, ମାର୍ଚ୍ଚ ସୁଦ୍ଧା ଶେଷ ହେବ ତୃତୀୟ ଲହର

ପୁଣେ: ଦେଶର ଅଧିକାଂଶ ରାଜ୍ୟରେ କରୋନାର ତୃତୀୟ ଲହର ଦୁର୍ବଳ ହେବାରେ ଲାଗିଛି। ତେବେ କେରଳ ପରି କିଛି ରାଜ୍ୟରେ କୋଭିଡ୍-୧୯ ସ୍ଥିତି ଏବେ ବି ଅପରିବର୍ତ୍ତିତ ରହିଛି। ଏହାରି ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦେଶକୁ କେବେ ଏହି ଓମିକ୍ରନ୍ ଲହରରୁ ମୁକ୍ତି ମିଳିବ ସେନେଇ ଭବିଷ୍ୟବାଣୀ କରିଛି। ଆଇସିଏମଆର ଅତିରିକ୍ତ ମହାନିର୍ଦେଶକ ଡଃ ସମୀରନ୍ ପଣ୍ଡା କହିଛନ୍ତି ଯେ ତୃତୀୟ ଲହର ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ଶେଷ ହେବ। ମାର୍ଚ୍ଚ ସୁଦ୍ଧା ଦେଶରେ ତୃତୀୟ ଲହର ସଂକ୍ରମଣ ଶେଷ ହେବ ବୋଲି ଆଶା କରାଯାଉଛି |

ଡାକ୍ତର ପଣ୍ଡା ଶୁକ୍ରବାର ଦିନ କହିଛନ୍ତି ଯେ ଚଳିତ ମାସ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ କରୋନାର ତୃତୀୟ ଲହର ଶେଷ ହୋଇପାରେ। ସେ କହିଛନ୍ତି, “ଏହି ରାଜ୍ୟଗୁଡ଼ିକରେ ତୃତୀୟ ଲହର ପିକ୍ ଅତିକ୍ରମ କରିଛି ଏବଂ ଏହି ମାସ ଶେଷ ସୁଦ୍ଧା ଏହା ନିମ୍ନ ସ୍ତରରେ ପହଞ୍ଚିବ। ଯେତେ ଦୂର ପୂରା ଦେଶ କଥା କହିବା, ତୃତୀୟ ଲହର ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି |

ଆଇସିଏମ୍ଆର୍ ର ର ଗାଣିତିକ ମଡେଲ୍ ଅନୁଯାୟୀ, ତୃତୀୟ ଲହର ଏହି ମାସ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ଶେଷ ହେବ | ଆଇସିଏମଆର ଏବଂ ଇମ୍ପେରିଆଲ୍ କଲେଜ ଲଣ୍ଡନ ଦ୍ୱାରା ପ୍ରସ୍ତୁତ ଏହି କ୍ରୋମିକ୍ ମଡେଲ୍ ଅନୁଯାୟୀ, କରୋନା ଚଳିତ ବର୍ଷ ମାର୍ଚ୍ଚ ମଧ୍ୟଭାଗରେ ଦେଶରେ ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚିପାରେ |

ଡାକ୍ତର ପଣ୍ଡା କହିଛନ୍ତି ଯେ ମହାମାରୀ ବର୍ତ୍ତମାନ ସ୍ଥିରତା ଆଡକୁ ଗତି କରୁଛି। ସେ କହିଛନ୍ତି, ‘ଯଦି ଭବିଷ୍ୟତରେ କରୋନା ଭାଇରସ୍ ର କୌଣସି ବିପଜ୍ଜନକ ଭାରିଆଣ୍ଟର ଆବିର୍ଭାବ ନ ହେଉଛି, ତେବେ ସବୁକିଛି ନିୟନ୍ତ୍ରଣକୁ ଆସିପାରିବ | ମହାମାରୀର ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚିବାର ଲକ୍ଷଣ ମିଳିଲାଣି |

ସେ କହିଛନ୍ତି ଯେ ରାଜ୍ୟ ତଥା ଜିଲ୍ଲାରେ ଯେଉଁଠାରେ ଜାନୁଆରୀ ଆରମ୍ଭରେ ଅନେକ ନୂଆ ମାମଲା ଆସୁଥିଲା, ବର୍ତ୍ତମାନ ସେହି ସବୁ ସ୍ଥାନରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ଘଟିଛି। ସେ କହିଛନ୍ତି ଯେ ଆମେ କହିପାରିବା ଯେ ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ସଂକ୍ରମଣର ପତନ ହୋଇପାରେ।