ଆଇସିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର ୯୯.୯୭% | News Room Odisha

ଆଇସିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ପାସ୍ ହାର ୯୯.୯୭%

ନୂଆଦିଲ୍ଲୀ: କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମିନେସନ୍ (ସିଆଇଏସସିଇ)ର ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି | ଏଥର ପାସ୍ ହାର ୯୯.୯୭% ରହିଛି । ଏଥିମଧ୍ୟରୁ ଛାତ୍ରଙ୍କ ପାସ୍ ହାର ୯୯.୯୭% ରହିଥିବା ବେଳେ ଛାତ୍ରୀଙ୍କ ସଫଳତା ହାର ୯୯.୯୮% ରହିଛି । ଚଳିତ ବର୍ଷ ଆଇସିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ଦେଇଥିବା ଛାତ୍ରଛାତ୍ରୀ ସିଆଇଏସସିଇ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.org ରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ | ଏହି ବର୍ଷ ଆଇସିଏସ୍ଇ ବୋର୍ଡ ପରୀକ୍ଷା ପାଇଁ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ ।