ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ, ଶ୍ରୀନଗର-ବାରାମୁଲ୍ଲା ଜାତୀୟ ରାଜପଥରୁ ଆଇଡି ଜବତ | News Room Odisha

ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ, ଶ୍ରୀନଗର-ବାରାମୁଲ୍ଲା ଜାତୀୟ ରାଜପଥରୁ ଆଇଡି ଜବତ

ଜାମ୍ମୁ: ଟଳିଛି ବଡ଼ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର-ବାରାମୁଲ୍ଲା ଜାତୀୟ ରାଜପଥରେ ଥିବା ହଞ୍ଜିବେରା ପଟ୍ଟନରୁ ସୋମବାର ବିସ୍ଫୋରକ ଜବତ ହୋଇଛି । ଜବତ ବିସ୍ଫୋରକ ଆଇଡି ବୋଲି ଜଣାପଡ଼ିଛି । ଜବତ ଆଇଡିକୁ ନିଷ୍କ୍ରିୟ କରାଯାଇଛି । ଘଟଣାସ୍ଥଳରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ବିଡିଏ ଉପସ୍ଥିତ ଅଛନ୍ତି। ଶ୍ରୀନଗର-ବାରାମୁଲ୍ଲା ଜାତୀୟ ରାଜପଥରେ ବର୍ତ୍ତମାନ କୁମ୍ବିଂ ଅପରେସନ ଜାରି ରହିଥିବାରୁ ଏହି ରୁଟରେ ଯାତାୟତ ବନ୍ଦ ରହିଛି ।

ସୂଚନା ଅନୁସାରେ, ଶ୍ରୀନଗର-ବାରାମୁଲ୍ଲା ଜାତୀୟ ରାଜପଥର ହଞ୍ଜିବେରା ନିକଟରେ ଏକ ବ୍ୟାଗରେ ସନ୍ଦିଗ୍ଧ ଆଇଡି ରଖାଯାଇଥିଲା । ସତର୍କତାମୂଳକ ପଦକ୍ଷେପ ଭାବେ ରାଜପଥରେ ଯାତାୟାତ ସ୍ଥଗିତ ରଖାଯାଇଥିଲା ଓ ସନ୍ଦିଗ୍ଧ ଆଇଡିକୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଆଇଡିକୁ ନିକଟସ୍ଥ ଏକ କ୍ଷେତକୁ ନେଇ ନିୟନ୍ତ୍ରିତ ବିସ୍ଫୋରଣ ଦ୍ବାରା ନିଷ୍କ୍ରିୟ କରିଥିଲା ।