ଆଇଆଇଟି କାନପୁରର ପୂର୍ବାନୁମାନ: ଓମିକ୍ରନ୍ ଆଣିବ ତୃତୀୟ ଲହର, ଫେବୃଆରୀ ୩ ସୁଦ୍ଧା ପିକ୍ | News Room Odisha

ଆଇଆଇଟି କାନପୁରର ପୂର୍ବାନୁମାନ: ଓମିକ୍ରନ୍ ଆଣିବ ତୃତୀୟ ଲହର, ଫେବୃଆରୀ ୩ ସୁଦ୍ଧା ପିକ୍

ହାଇଦ୍ରାବାଦ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ତୃତୀୟ ଲହର ଆସିପାରେ | ଆଇଆଇଟି କାନପୁରର ଗବେଷକଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏଭଳି ପୂର୍ବାନୁମାନ କରାଯାଇଛି | ଏଥିରେ କୁହାଯାଇଛି ଯେ ଫେବୃଆରୀ ୩ରେ କରୋନା ମାମଲା ପିକ୍ ରେ ରହିବ। ମହାମାରୀର ପ୍ରଥମ ଦୁଇଟି ଲହରର ତଥ୍ୟକୁ ଭିତ୍ତି କରି ଏଭଳି ଆକଳନ କରାଯାଇଛି ।

ଆଇଆଇଟି କାନପୁର ରିପୋର୍ଟରେ କୁହାଯାଇଛି ଯେ ବିଶ୍ଵବ୍ୟାପୀ କୋଭିଡ୍ ଧାରାକୁ ଦୃଷ୍ଟିରେ ରଖି ଡିସେମ୍ବର ମଧ୍ୟଭାଗରୁ ଫେବୃଆରୀ ଆରମ୍ଭରେ ଭାରତରେ ତୃତୀୟ ଲହର ଆସିବା ସମ୍ଭାବନା ରହିଛି।

ଏହି ରିପୋର୍ଟ ଭାରତରେ ପ୍ରଥମ ଏବଂ ଦ୍ୱିତୀୟ ଲହରର ତଥ୍ୟ ସହ ସମ୍ପ୍ରତି ବିଭିନ୍ନ ଦେଶରେ ବ୍ୟାପିଥିବା ଓମିକ୍ରନ୍ ସଂକ୍ରମଣକ ଭିତ୍ତିରେ ପ୍ରସ୍ତୁତ କରାଯାଇଛି । ଗବେଷକମାନେ କହିଛନ୍ତି ଯେ ଆମର ପ୍ରାରମ୍ଭିକ ପର୍ଯ୍ୟବେକ୍ଷଣ ତାରିଖରୁ ୭୩୫ ଦିନ ପରେ କରୋନା ମାମଲା ଶୀର୍ଷରେ ପହଞ୍ଚିପାରେ।

ଭାରତରପ୍ରାରମ୍ଭିକ ପର୍ଯ୍ୟବେକ୍ଷଣ ତାରିଖ ହେଉଛି ୩୦ ଜାନୁଆରୀ ୨୦୨୦ ଯେତେବେଳେ ସରକାରୀ ଭାବେ ଦେଶରେ କୋଭିଡ-୧୯ର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା | ଏହି ଆଧାର ଅନୁସାରେ ୧୫ ଡିସେମ୍ବର ୨୦୨୧ରୁ ଦେଶରେ ପୁଣି ସଂକ୍ରମଣ ବଢିବାକୁ ଲାଗିଛି ଏବଂ ତୃତୀୟ ଲହର ୩ ଫେବୃଆରୀ ୨୦୨୨ ରେ ବେଳକୁ ଶୀର୍ଷରେ ଥିବ। ଆଇଆଇଟି କାନପୁର ଅନୁଯାୟୀ, ସେହି ଦିନ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇପାରେ ‌।