ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ | News Room Odisha

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ଚଳିତ ବର୍ଷ ‘ସ୍ବାଭାବିକ’ ମୌସୁମୀ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ୨୦୧୯, ୨୦୨୦ ଏବଂ ୨୦୨୧ ରେ ମଧ୍ୟ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା। ଆଇଏମଡି ଅନୁଯାୟୀ, ଦକ୍ଷିଣ- ପଶ୍ଚିମ ଚଳିତ ବର୍ଷର ହାରାହାରି ଅବଧି ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ୯୯ ପ୍ରତିଶତ ହୋଇପାରେ। ଏଥିରେ ପାଞ୍ଚ ପ୍ରତିଶତ ହ୍ରାସ-ବୃଦ୍ଧି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏଥର ‘ସ୍ବାଭାବିକ ବର୍ଷା’ ୪୦%, ସ୍ୱାଭାବିକଠାରୁ ଅଧିକ ୧୫% ଏବଂ’ ଅତ୍ୟଧିକ ବର୍ଷା’ର ପାଞ୍ଚ ପ୍ରତିଶତ ସମ୍ଭାବନା ରହିଛି। ତେବେ ୧୯୭୧-୨୦୨୦ ମଡେଲ ଉପରେ ଆଧାରିତ ପାଣିପାଗ ବିଭାଗର ଏହି ଆକଳନରେ ବୃଷ୍ଟିପାତ ସାମାନ୍ୟ ହ୍ରାସ ହୋଇପାରେ ।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଭାରତୀୟ ଉପଦ୍ୱୀପର ଉତ୍ତର ଭାଗ, ମଧ୍ୟ ଭାରତ, ହିମାଳୟର ପାଦଦେଶ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ସ୍ଥାନରେ ସ୍ବାଭାବିକ କିମ୍ବା ସ୍ବାଭାବିକରୁ ଅଧିକ ବୃଷ୍ଟିପାତ ହୋଇପାରେ।