ଅଗଷ୍ଟରେ ଦେଶରେ କୋରୋନା ସଂକ୍ରମଣ ମାମଲା ବିଶ୍ୱରେ ସର୍ବାଧିକ, ଚିହ୍ନଟ ହୋଇଛନ୍ତି ୨୦ ଲକ୍ଷ ରୋଗୀ | News Room Odisha

ଅଗଷ୍ଟରେ ଦେଶରେ କୋରୋନା ସଂକ୍ରମଣ ମାମଲା ବିଶ୍ୱରେ ସର୍ବାଧିକ, ଚିହ୍ନଟ ହୋଇଛନ୍ତି ୨୦ ଲକ୍ଷ ରୋଗୀ

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଦେଶରେ ୨୦ ଲକ୍ଷ କୋରୋନା ସଂକ୍ରମଣ ମାମଲା ଆସିଛି । ମହାମାରୀ ବ୍ୟାପିବା ପରଠାରୁ ଏଯାଏଁ କୌଣସି ମାସରେ ଦେଶରେ ସଂକ୍ରମଣ ମାମଲା ଏତେ ଅଧିକ ହୋଇ ନ ଥିଲା । ତେବେ,ଅଗଷ୍ଟ ମାସରେ ଦେଶରେ ହୋଇଛି ରେକର୍ଡ ସଂକ୍ରମଣ । ଆଉ ଏହା ବିଶ୍ୱରେ ବି ଗୋଟିଏ ମାସରେ ସର୍ବାଧିକ ସଂକ୍ରମଣ ।

କେବେଳ ସେତିକି ନୁହେଁ, ଅଗଷ୍ଟ ମାସରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ମୋଟ ୨୮ ହଜାର ୮୫୯ ଜଣଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସ ତୁଳନାରେ ଏହା ପ୍ରାୟ ୫୦ ପ୍ରତିଶତ ଅଧିକ । ଗତମାସରେ ଭାରତରେ ମୋଟ ୧୯ ଲକ୍ଷ ୮୭ ହଜାର ୭୦୫ ସଂକ୍ରମଣ ମାମଲା ଆସିଛି । ଏହି ସଂଖ୍ୟା ଆମେରିକାର ଜୁଲାଇ ମାସର ସଂକ୍ରମଣ ମାମଲାଠାରୁ ମଧ୍ୟ ଅଧିକ । ଜୁଲାଇରେ ଆମେରିକାରେ ୧୯ ଲକ୍ଷ ୪ ହଜାର ୪୬୨ ସଂକ୍ରମଣ ମାମଲା ଆସିଥିଲା । ତେବେ, ଭାରତ ତୁଳନାରେ ଆମେରିକା ଓ ବ୍ରାଜିଲରେ ଅଗଷ୍ଟ ମାସରେ ମୃତ୍ୟୁସଂଖ୍ୟା ଅଧିକ ରହିଛି ।

COVID-19