ଭୁବନେଶ୍ୱରରେ କୋରୋନା ଚିକିତ୍ସା ନେଇ ଶଯ୍ୟା ସଂପର୍କରେ ତଥ୍ୟ ରଖିଲେ ରାଜ୍ୟ ସରକାର | News Room Odisha

ଭୁବନେଶ୍ୱରରେ କୋରୋନା ଚିକିତ୍ସା ନେଇ ଶଯ୍ୟା ସଂପର୍କରେ ତଥ୍ୟ ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର – ରାଜଧାନୀରେ କୋରୋନା ଚିକିତ୍ସା ନେଇ ଉପଲବ୍ଧ ଥିବା ଶଯ୍ୟା ସଂପର୍କିତ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଭେଂଟିଲେଟର ଓ ଆଇସିୟୁର ମଧ୍ୟ ତଥ୍ୟ ଦିଆଯାଇଛି । ଭୁବନେଶ୍ୱରରେ ମୋଟ ଆଇସିୟୁ ସଂଖ୍ୟା ୫୩୪ ଥିବା ବେଳେ ଏବେ ୨୩୪ଟି ଖାଲି ପଡିଛି । ୧୯୫ଟି ଭେଂଟିଲେଟର ମଧ୍ୟରୁ ୧୦୨ଟି ଖାଲି ରହିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ୧ ହଜାର ୬୧୭ଟି ସାଧାରଣ ଶଯ୍ୟା ମଧ୍ୟରୁ ୪୧୦ଟି ଖାଲି ରହିଥିବା ସୂଚନା ଦିଆଯାଇଛି ।