ଦିଲ୍ଲୀ ଦଙ୍ଗା ମାମଲାରେ ପ୍ରଥମ ଦଣ୍ଡାଦେଶ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍ | News Room Odisha

ଦିଲ୍ଲୀ ଦଙ୍ଗା ମାମଲାରେ ପ୍ରଥମ ଦଣ୍ଡାଦେଶ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ମାମଲାରେ ଗୁରୁବାର ଦିନ ପ୍ରଥମ ଦଣ୍ଡାଦେଶ ହୋଇଛି। ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ଘର ଲୁଟି ନେଇ ନିଆଁ ଲଗାଇ ଦେବା ଅଭିଯୋଗରେ ୨୫ ବର୍ଷୀୟ ଦୀନେଶ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାଛଡ଼ା କୋର୍ଟ ତାଙ୍କ ଉପରେ ୧୨,୦୦୦ ଟଙ୍କା ଜରିମାନା କରିଛନ୍ତି।

ଅଭିୟୋଜନ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୨୫ ରାତିରେ ୧୫୦ ରୁ ୨୦୦ ଦଙ୍ଗାକାରୀ ୭୩ ବର୍ଷ ବୟସ୍କା ମହିଳା ମନୋରିଙ୍କ ଘରୁ ଲୁଟ୍ ପାଟ୍ କରି ନିଆଁ ଲଗାଇ ଦେଇଥିଲେ। ଏହି ଦଙ୍ଗାକାରୀ ଦଳରେ ଯାଦବ ମଧ୍ୟ ସାମିଲ ଥିଲା।