ଗଂଜାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆଜିଠାରୁ କୋଭିଡ ସପ୍ତାହ ପାଳନ, ମହାମାରୀ ମୁକାବିଲା ନେଇ ସଚେତନତା ସହ ହାତକୁ ନିଆଯିବ ଅନେକ କାର୍ଯ୍ୟକ୍ରମ | News Room Odisha

ଗଂଜାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆଜିଠାରୁ କୋଭିଡ ସପ୍ତାହ ପାଳନ, ମହାମାରୀ ମୁକାବିଲା ନେଇ ସଚେତନତା ସହ ହାତକୁ ନିଆଯିବ ଅନେକ କାର୍ଯ୍ୟକ୍ରମ

ବ୍ରହ୍ମପୁର – ରାଜ୍ୟ ସରକାରଙ୍କ ଅକୁଣ୍ଠ ସହଯୋଗରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ଓ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଗଂଜାମ ଜିଲ୍ଲାରେ କୋଭିଡ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ସଫଳତା ମିଳିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ମହାମାରୀ ମୁକାବିଲା କା ର୍ଯ୍ୟକ୍ରମରେ ଯେ, କୌଣସି ପ୍ରକାର ଶିଥିଳତା ଆଣିବାକୁ ଚାହୁଁନାହିଁ , ତାହା ସ୍ପଷ୍ଟ ହୋଇଛି ।

ଏ କ୍ରମରେ ପ୍ରଶାସନ ପକ୍ଷରୁ ଗଂଜାମ ଜିଲ୍ଲାରେ ଆଜିଠାରୁ କୋଭିଡ ସପ୍ତାହ ପାଳନ କରାଯାଉଛି । ସପ୍ତାହେ ବ୍ୟାପୀ ବିଭିନ୍ନ୍ କାର୍ଯ୍ୟକ୍ରମ କରାଯିବ । ଘର ଘର ବୁଲି ସ୍ୱାସ୍ଥ୍ୟ ଯାଂଚ, ସାମାଜିକ ଦୂରତା ସହ ସଚେତନତା ରାଲି, ବିଶେଷ ପଂଚସୂତ୍ର ଅଭିଯାନ, ଗଣ ସଫେଇ ଅଭିଯାନ, ବିଶେଷ ମାସ୍କ ବଂଟନ ଅଭିଯାନ ଭଳି କା ର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ ।

ଏହାଛଡା କୋଭିଡ ସପ୍ତାହ ପାଳନ ଅବସରରେ ବ୍ୟାପକ ଟେଷ୍ଟିଂ ଓ ପ୍ଲାଜମା ଡୋନର ଚିହ୍ନଟ ଅଭିଯାନ ଆରମ୍ଭ ହେବ । କୋରୋନା ମୁକାବିଲା ପାଇଁ ଜନସଚେତନତା ସୃଷ୍ଟି ଲାଗି କୋଭିଡ ରଥ ବି ବୁଲିବ । ଅନଲାଇନ୍ ଗଂଜାମ ନଲେଜ୍ ହବ୍ ଲେକଚର ସିରିଜ୍‌, ହେଲଥ ଓ ନ୍ୟୁଟ୍ରିସନ ୱେବିନାର, ସ୍କୁଲ ପିଲାଙ୍କ ପାଇଁ ଅନଲାଇନ୍ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ମଧ୍ୟ କୋଭିଡ ସପ୍ତାହ ମଧ୍ୟରେ ଆୟୋଜନ ହେବ ।

COVID-19Ganjam AdministrationGanjam Collector Vijay Amruta Kulange