ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଏନକାଉଣ୍ଟର ପରେ ୫ ଆତଙ୍କବାଦୀ ଗିରଫ | News Room Odisha

ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଏନକାଉଣ୍ଟର ପରେ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁରରେ ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ପାଞ୍ଚ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥି ସହ ଦିଲ୍ଲୀ ପୋଲିସ ମଧ୍ୟ ଏହି ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀଙ୍କ 

ଠାରୁ କିଛି କାଗଜପତ୍ର ମଧ୍ୟ ମିଳିଛି।
ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ରକୁ ଦିଲ୍ଲୀ ପୋଲିସ ପଣ୍ଡ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଆତଙ୍କବାଦୀଙ୍କୁ ‘ନାର୍କୋ ଆତଙ୍କବାଦ’ ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପଞ୍ଜାବର ଏବଂ ତିନି ଜଣ କାଶ୍ମୀର ବାସିନ୍ଦା ବୋଲି ଜଣାପଡିଛି ।
ଏହି ଏନକାଉଣ୍ଟର ସମ୍ପର୍କରେ ଡିସିପି ସ୍ପେଶାଲ ସେଲ ପ୍ରମୋଦ କୁଶୱା କହିଛନ୍ତି ଯେ ଦିଲ୍ଲୀର ଶାକରପୁର ଅଞ୍ଚଳରେ ଏନକାଉଣ୍ଟର ପରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଦିଲ୍ଲୀ ପୋଲିସର କହିବାନୁସାରେ, ଏହି ଗୋଷ୍ଠୀକୁ ନାର୍କୋ ଆତଙ୍କବାଦ ପାଇଁ ଆଇଏସଆଇର ସମର୍ଥନ ଥିଲା। ଆତଙ୍କବାଦୀ ସଂଗଠନର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଦିଲ୍ଲୀ ପୋଲିସ ଜମନାପାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ସେଠାରେ ଚଢାଉ କରିଥିଲା । ଏତିକିବେଳେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଦିଲ୍ଲୀ ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ତେବେ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା ।