ୟୁକ୍ରେନ ସଙ୍କଟ ଉପରେ ଜାତିସଂଘ ଭୋଟରୁ ପୁଣି ଦୂରେଇ ରହିଲା ଭରତ | News Room Odisha

ୟୁକ୍ରେନ ସଙ୍କଟ ଉପରେ ଜାତିସଂଘ ଭୋଟରୁ ପୁଣି ଦୂରେଇ ରହିଲା ଭରତ

ମିଳିତ ଜାତିସଂଘ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘର ସାଧାରଣ ସଭାର (ୟୁଏନଜିଏ) ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭୋଟିଂ ହୋଇଛି। ଭାରତ ଏଥିରୁ ଦୂରେଇ ରହିଛି। ତେବେ ବେଲାରୁଷ ସୀମାରେ ଆଲୋଚନା କରିବା ପାଇଁ ମସ୍କୋ ଏବଂ ୟୁକ୍ରେନ ନିଷ୍ପତ୍ତିକୁ ନୂଆଦିଲ୍ଲୀ ସ୍ୱାଗତ କରିଛି।

ମିଳିତ ଜାତିସଂଘରେ ୟୁକ୍ରେନ ସଙ୍କଟ ଉପରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ଭାରତ ଭୋଟ୍ ରୁ ଦୂରେଇ ରହିଛି । ଦୁଇ ଦିନ ପୂର୍ବେ ରୁଷିଆ ଭିଟୋ ମାଧ୍ୟମରେ ୟୁକ୍ରେନ ଉପରେ ଆକ୍ରମଣ ଉପରେ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପକୁ ବ୍ଲକ଼ କରିଥିଲା। ସେହି ଦିନ ଭାରତ ସମେତ ଚୀନ୍ ଏବଂ ୟୁଏଇ ମଧ୍ୟ ଭୋଟିଂରେ ଅଂଶଗ୍ରହଣ କରିନଥିଲା ‌ ‌। କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷକୁ ଆହ୍ବାନ କରିଥିଲା ଭାରତ।

ଏକ ସ୍ଵତନ୍ତ୍ର ଅଧିବେଶନ ଡକାଇବାକୁ ଭୋଟ୍ ଦେବା ପାଇଁ ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ରବିବାର ଅପରାହ୍ନରେ (ସ୍ଥାନୀୟ ସମୟ) ବୈଠକ କରିଥିଲା ​​| ୧୯୫୦ ପରଠାରୁ ସାଧାରଣ ସଭାର କେବଳ ୧୦ଟି ଅଧିବେଶନ ଡକାଯାଇଛି | ଏହି ଭୋଟରୁ ଭାରତ ନିବୃତ୍ତ ହୋଇଥିବାବେଳେ ରୁଷ ଏହି ସଂକଳ୍ପ ବିରୋଧରେ ଭୋଟ୍ ଦେଇଛି ଏବଂ ପରିଷଦର ୧୧ ଜଣ ସଦସ୍ୟ ଏହାକୁ ସମର୍ଥନ କରିଛନ୍ତି।

ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ – ଚୀନ୍, ଫ୍ରାନ୍ସ, ରୁଷ, ବ୍ରିଟେନ ଏବଂ ଆମେରିକା – ଅଧିବେଶନ ଡାକିବା ପାଇଁ ଭୋଟ୍ ପ୍ରକ୍ରିୟା ସମୟରେ ସେମାନଙ୍କର ଭିଟୋ କ୍ଷମତା ବ୍ୟବହାର କରିପାରିବେ ନାହିଁ।