ଗାଜା ସଙ୍କଟ: ଜାତିସଂଘ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ | News Room Odisha

ଗାଜା ସଙ୍କଟ: ଜାତିସଂଘ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ: ଗାଜା ସଙ୍କଟ ଉପରେ ଜାତିସଂଘ ସାଧାରଣ ସଭାରେ ଆଗତ ପ୍ରସ୍ତାବ ଉପରେ ଭୋଟିଂରୁ ନିବୃତ ରହିଛି ଭାରତ।

ଇସ୍ରାଏଲର ବୋମାମାଡ଼ ମଧ୍ୟରେ ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷା ତଥା ସେଠାରେ ଆଇନଗତ ତଥା ମାନବୀୟ ପଦକ୍ଷେପ ଜାରି ରଖିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ଭାରତ ଏହା ଉପରେ ଭୋଟିଂରୁ ଦୂରେଇ ରହିଥିଲା।

ଅନ୍ୟପକ୍ଷରେ ଭାରତ ‘ଇସ୍ରାଏଲ ଉପରେ ହାମାସର ଆକ୍ରମଣ’କୁ ନିନ୍ଦା କରି କାନାଡାର ସଂଶୋଧିତ ପ୍ରସ୍ତାବକୁ ସମର୍ଥନ କରିଛି ।

ତେବେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଭାବରୁ ଜାତିସଂଘ ସାଧାରଣ ସଭାରେ ଏହି ଡ୍ରାଫ୍ଟ ପ୍ରସ୍ତାବ କାଟ୍ ଖାଇଥିଲା ।

ଭାରତ ବ୍ୟତୀତ ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଇରାକ, ଇଟାଲୀ, ସ୍ୱିଡେନ, ୟୁକ୍ରେନ, ଜିମ୍ବାୱେ ଭଳି ଦେଶ ମଧ୍ୟ ଏହି ପ୍ରସ୍ତାବ ଉପରେ ଭୋଟିଂରୁ ଦୂରେଇ ରହିଥିଲେ।