କୋଭିଡ୍-୧୯ ଲଢେଇରେ ଭାରତର ମାଇଲଖୁଣ୍ଟ, ଟିକାକରଣ ସଂଖ୍ୟା ୨୦୦ କୋଟି ଟପିଲା | News Room Odisha

କୋଭିଡ୍-୧୯ ଲଢେଇରେ ଭାରତର ମାଇଲଖୁଣ୍ଟ, ଟିକାକରଣ ସଂଖ୍ୟା ୨୦୦ କୋଟି ଟପିଲା

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଛୁଇଁଛି | ରବିବାର ଟିକାକରଣ ସଂଖ୍ୟା ୨୦୦ କୋଟି ଅତିକ୍ରମ କରିଛି। ଦେଶରେ ଟିକାକାରଣ ଅଭିଯାନର ୧୮ ମାସ ମଧ୍ୟରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଫଳତାକୁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବୟସ୍କଙ୍କ ୯୮% ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ ଦିଆଯାଇଥିବାବେଳେ ୯୦% ଲୋକଙ୍କୁ ପୂର୍ଣ୍ଣ ଡୋଜ୍ ଟିକା ଦିଆଯାଇଛି।

୧୫-୧୮ ବର୍ଷ ବୟସର ୮୨ ପ୍ରତିଶତ କିଶୋରଙ୍କୁ ମଧ୍ୟ ଟିକାକରଣର ଗୋଟିଏ ଡୋଜ୍ ଦିଆଯାଇଥିବାବେଳେ ୬୮ ପ୍ରତିଶତ କିଶୋର ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି । ଏହି ବୟସ ଶ୍ରେଣୀ ପାଇଁ ଟିକାକରଣ ଅଭିଯାନ ଜାନୁୟାରୀ ୩ରୁ ଆରମ୍ଭ ହୋଇଥିଲା | ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ପୁଣି ଇତିହାସ ସୃଷ୍ଟି କରିଛି।

ସେ କହିଛନ୍ତି ଯେ ଭାରତର ଲୋକମାନେ ବିଜ୍ଞାନ ଉପରେ ଭରସା ପ୍ରଦର୍ଶନ କରିଛନ୍ତି ଏବଂ ନିରାପଦ ପୃଥିବୀ ସୁନିଶ୍ଚିତ କରିବାରେ ଦେଶର ଡାକ୍ତର, ନର୍ସ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ମୁଁ ତାଙ୍କ ଭାବନା ​​ଏବଂ ନିଷ୍ଠାକୁ ପ୍ରଶଂସା କରୁଛି।

ସେ କହିଛନ୍ତି, ‘ଭାରତ ପୁଣି ଇତିହାସ ସୃଷ୍ଟି କରିଛି। ୨୦୦ କୋଟି ଟିକା ଡୋଜର ବିଶେଷ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ | ଯେଉଁମାନେ ଭାରତର ଟିକାକରଣ ଅଭିଯାନକୁ ବ୍ୟାପକ କରିବାରେ ଏକ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ସେମାନଙ୍କ ପାଇଁ ଗର୍ବିତ | ଏହା କୋଭିଡ୍-୧୯ ବିରୋଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ମଜବୁତ କରିଛି |