ତୃତୀୟ ଟେଷ୍ଟ: ଭାରତ ୧୦୯ ରନରେ ଅଲ୍ଆଉଟ୍ | News Room Odisha

ତୃତୀୟ ଟେଷ୍ଟ: ଭାରତ ୧୦୯ ରନରେ ଅଲ୍ଆଉଟ୍

ଇନ୍ଦୋର: ହୋଲକର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଭରତ ପ୍ରଥମ ଇନିଂସରେ କେବଳ ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି ।

ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ସ୍ପିନରଙ୍କ ଜାଲରେ ଫସିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨ ରନ୍ ସଂଗ୍ରହ କରିଥିବା ବେଳେ ଶୁଭମାନ ଗିଲ ୨୧, ଭରତ ଏବଂ ଉମେଶ ଯାଦବ ୧୭-୧୭ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପାଇଁ ମାଥ୍ୟୁ କୁହନେମ୍ୟାନ୍ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ନାଥାନ୍ ଲିଅନ୍ ତିନୋଟି ୱିକେଟ୍ ହାସଲ କରିଥିଲେ ।

ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳରେ କେଏଲ୍ ରାହୁଲଙ୍କ ସ୍ଥାନରେ ଶୁଭମାନ ଗିଲଙ୍କୁ ସୁଯୋଗ ଦିଆଯାଇଥିଲା ।

ଯଦି ଭାରତ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତେ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ସ୍ଥାନ ନିଶ୍ଚିତ କରିବ। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି ।