ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ | News Room Odisha

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା: ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ଭାରତୀୟ ହକି ଦଳ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିଲେ ମଧ୍ୟ ସେମିଫାଇନାଲରେ ଜାପାନ ଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ଧରାଶାୟୀ କରି ବ୍ରୋଞ୍ଜ ହାତେଇଛି । ଭାରତ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ଥର ପାଇଁ ପାକିସ୍ତାନକୁ ହରାଇଛି ‌। ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ମନପ୍ରୀତ ସିଂଙ୍କ ଦଳ ପାକିସ୍ତାନକୁ ୩-୧ରେ ପରାସ୍ତ କରିଥିଲା । ଭାରତ ଗତ ଦୁଇ ସଂସ୍କରଣରେ ଚାମ୍ପିଅନ ହୋଇଥିଲା ।