ଟେଷ୍ଟ ର଼୍ୟାଙ୍କିଙ୍ଗ: ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଶୀର୍ଷରେ | News Room Odisha

ଟେଷ୍ଟ ର଼୍ୟାଙ୍କିଙ୍ଗ: ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଶୀର୍ଷରେ

ଦୁବାଇ: ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଆଇସିସି ପୁରୁଷ ଟେଷ୍ଟ ଟିମ୍ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ବାର୍ଷିକ ଅପଡେଟରେ ୨୦୧୯-୨୦ ସିଜନର କୌଣସି ସିରିଜ୍ ଫଳାଫଳ ସାମିଲ୍ କରାଯାଇ ନାହିଁ । କେବଳ ୨୦୨୦ ମେ’ ପରଠୁ ଖେଳାଯାଇଥିବା ସମସ୍ତ ସିରିଜ୍ ଫଳାଫଳ ବିଚାରକୁ ନିଆଯାଇଛି ।

ଭାରତର ରେଟିଂ ପଏଣ୍ଟ ୧୧୯ରୁ ୧୨୧କୁ ବୃଦ୍ଧି ପାଇଛି | ଏଥିରେ ମେ ୨୦୨୦ ପୂର୍ବରୁ ସିରିଜ୍ ପାଇଁ ୫୦ ପ୍ରତିଶତ ଏବଂ ତା’ପରେ ଅନୁଷ୍ଠିତ ସିରିଜ୍ ପାଇଁ ୧୦୦ ପ୍ରତିଶତ ପଏଣ୍ଟ ପ୍ରଦାନ କରାଯାଇଛି |

ଭାରତ ଶେଷଥର ଡିସେମ୍ବର ୨୦୨୧ରେ ଟେଷ୍ଟ ର଼୍ୟାଙ୍କିଙ୍ଗ ଶୀର୍ଷରେ ପହଞ୍ଚିଥିଲା ଏବଂ ଏକ ମାସ ଏହି ସ୍ଥାନରେ ରହିଥିଲା |

ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ବର୍ତ୍ତମାନ ୧୨୨ ରୁ ୧୧୬କୁ ଖସି ଆସିଛି।

ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ଜାନୁଆରୀ ୨୦୨୨ ଠାରୁ ଶୀର୍ଷରେ ରହିଥିଲା ।