ଆଜି ଦ୍ବିତୀୟ ଟି-୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ | News Room Odisha

ଆଜି ଦ୍ବିତୀୟ ଟି-୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଡବଲିନ୍: ଅଧିନାୟକ ଜସପ୍ରୀତ ବୁମରାଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନରେ ଉତ୍ସାହିତ ଭାରତୀୟ ଦଳ ରବିବାର ଏଠାରେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-20ରେ ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ ପାଇଁ ଉଦ୍ୟମ କରିବ।

ଏହା ସହିତ ଭାରତ ମଧ୍ୟ ଭଲ ପାଗ ପାଇଁ ଆଶା କରିବ । ଯାହାଫଳରେ ଦଳୟ ଯୁବ ବ୍ୟାଟ୍ସମ୍ୟାନ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ | ବୁମରାଙ୍କ ନେତୃତ୍ୱାଧୀନ ବୋଲିଂ ଆକ୍ରମଣ ସିରିଜର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୧୩୯ରେ ସୀମିତ ରଖିଥିଲେ। କିନ୍ତୁ ଭାରତୀୟ ଇନିଂସରେ ବର୍ଷା ବାଧକ ଯୋଗୁଁ ଦଳଧ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଖେଳିବା ସୁଯୋଗ ମିଳିନଥିଲା ।

୧୪୦ ରନର ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ଯେତେବେଳେ ୬.୫ ଓଭରରେ ଦୁଇ ୱିକେଟ୍ ହରାଇ ୪୭ ରନ୍ ସଂଗ୍ରହ କରିଥିଲା, ସେତେବେଳେ ବର୍ଷା ହୋଇଥିଲା । ଖେଳ ଆଉ ସମ୍ଭବ ହୋଇନଥିଲା | ଡାକୱର୍ଥ-ଲୁଇସ୍ ନିୟମାନୁସାରେ ଭାରତ ଏହି ମ୍ୟାଚ୍ ୨ ରନରେ ଜିତିଥିଲା।

ଶିବମ୍ ଦୁବେ, ଋତୁରାଜ ଗାଏକୱାଡ ଏବଂ ରିଙ୍କୁ ସିଂଙ୍କ ଭଳି ଭବିଷ୍ୟତର ଭାରତୀୟ ବ୍ୟାଟ୍ସମ୍ୟାନ୍ କ୍ରିଜରେ ପର୍ଯ୍ୟାପ୍ତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ବୋଲି ଆଶା କରିବେ।

ପ୍ରଥମ ମ୍ୟାଚରେ ଭଲ ଆରମ୍ଭ ପରେ ଆଉଟ୍ ହୋଇଥିବା ଓପନର୍ ଯଶସ୍ୱୀ ଜୈସୱାଲ ଏକ ବଡ଼ ଇନିଂସ ଖେଳିବାକୁ ଚାହିଁବେ । ପ୍ରଥମ ବଲରେ ଆଉଟ୍ ହୋଇଥିବା ତିଳକ ବର୍ମା ମଧ୍ୟ ୱେଷ୍ଟଇଣ୍ଡିଜ୍ ଗସ୍ତର ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବେ।

ଟପ୍ ଅର୍ଡରରେ ଭାରତର ଅଧିକାଂଶ ଖେଳାଳି ନିକଟରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ | ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବିରାଟ କୋହଲି, ଶୁଭମାନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଏକମାତ୍ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ୱିକେଟ୍ କିପର ସଞ୍ଜୁ ସାମସନ।

ବାରମ୍ବାର ଆଘାତ ସମସ୍ୟାରେ ଛନ୍ଦି ହୋଇଥିବା ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କର ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ଅଭିଜ୍ଞତା ରହିଛି । ବୁମରା ବ୍ୟାଟିଂରେ ମଧ୍ୟ ତାଙ୍କ ସେବାର ଲାଭ ନେଇପାରିବେ ।

ଆଘାତରୁ ସୁସ୍ଥ ହେବା ପରେ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଭୟ ଦ୍ରୁତ ବୋଲର ପ୍ରଥମ ମ୍ୟାଚରେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଖେଳର ସବୁଠାରୁ ଛୋଟ ଫର୍ମାଟରେ ଏହା ମଧ୍ୟ କ୍ରିଷ୍ଣାଙ୍କ ଆନ୍ତର୍ଜାତୀୟ ଡେବ୍ୟୁ ଥିଲା |

ଆୟର୍ଲାଣ୍ଡର ଜଳବାୟୁ ଦୃଷ୍ଟିରୁ ଏଠାରେ ଟସ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ | ପ୍ରଥମ ମ୍ୟାଚରେ ଭାରତ ଭାଗ୍ୟଶାଳୀ ଥିଲା। ଉକ୍ତ ମ୍ୟାଚରେ ଦୁଇଟି ୱିକେଟ୍ ନେଇଥିବା ଲେଗ୍ ସ୍ପିନର ରବି ବିଷ୍ଣୋଇ ପରେ ସ୍ୱୀକାର କରିଥିଲେ ଯେ ଭାରତକୁ ଟସ୍ ଜିତିବା ଫାଇଦା ମିଳିଥିଲା।

ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଦଳ ବୁମରାଙ୍କ ପ୍ରଥମ ଓଭରରେ ଡବଲ ଝଟକାରୁ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଥିଲା। ଯଦି ଆୟର୍ଲାଣ୍ଡ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶକ୍ତିଶାଳୀ ମନେ ହେଉଥିବା ଭାରତୀୟ ଦଳକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି, ତେବେ ଖେଳର ପ୍ରତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ |

ଆୟର୍ଲାଣ୍ଡର ଅଭିଜ୍ଞ ଖେଳାଳି ପଲ୍ ଷ୍ଟିରଲିଂ, ଆଣ୍ଡ୍ରିୟୁ ବଲବର୍ନି, ଜୋଶୁଆ ଲିଟିଲ, କ୍ରେଗ ୟଙ୍ଗ ଏବଂ ଜର୍ଜ ଡକ୍ରେଲଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ।