ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ମଜବୁତ୍ ସ୍ଥିତିରେ ଭାରତ | News Room Odisha

ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ମଜବୁତ୍ ସ୍ଥିତିରେ ଭାରତ

ନାଗପୁର: ଅଧିନାୟକ ରୋହିତ ଶର୍ମାଙ୍କ ଶତକ ଓ ରବୀନ୍ଦ୍ର ଜାଡେଜା-ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ନିଜ ସ୍ଥିତି ମଜବୁତ୍ କରିନେଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୩୨୧ ରନ୍ କରିଛି । ଅଷ୍ଟ୍ରେଲିଆ ଉପରେ ଭାରତ ଏଯାବତ୍ ୧୪୪ ରନ୍ ଅଗ୍ରଣୀ ହାସଲ କରିନେଇଛି ।

ରବିନ୍ଦ୍ର ଜାଡେଜା ୬୬ ରନ୍ ଓ ଅକ୍ଷର ପଟେଲ ୫୨ ରନ୍ କରି କ୍ରିଜରେ ଅଛନ୍ତି ।

ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୨୦ ରନର ଚମତ୍କାର ଇନିଂସ ଖେଳିଥିଲେ । ଅଧିନାୟକ ଭାବେ ରୋହିତଙ୍କ ଏହା ପ୍ରଥମ ଶତକ ।

ଅଷ୍ଟ୍ରେଲିଆ ତରଫରୁ ଡେବୁଟାଣ୍ଟ ସ୍ପିନର ଟଡ୍ ମର୍ଫି ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିଲେ। ପ୍ୟାଟ୍ କମିନ୍ସ ଏବଂ ନାଥାନ୍ ଲିଅନ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଟେଷ୍ଟର ପ୍ରଥମ ଦିନରେ ପ୍ରଥମ ଇନିଂସରେ ୧୭୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।ଭାରତ ତରଫରୁ ରବିନ୍ଦ୍ର ଜାଡେଜା କଙ୍ଗାରୁ ଦଳର ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିଲେ ।