କରୋନା ଅପଡେଟ୍: ଦେଶରେ ଆଉ ୭,୯୯୨ ନୂଆ ମାମଲା, ୩୯୩ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୭,୯୯୨ ନୂଆ ମାମଲା, ୩୯୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୭,୯୯୨ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୯୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଆଣ୍ଟର ୩୨ ଟି ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୩ ହଜାର ୨୭୭ ରହିଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୫ ହଜାର ୧୨୮କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୯୨୬୫ ଲୋକ ସୁସ୍ଥ ହୋଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୧ ଲକ୍ଷ ୧୪ ହଜାର ୩୩୧ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏଯାବତ୍ ୧୩୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଦିନକରେ ୭୬ ଲକ୍ଷ ୩୬ ହଜାର ୫୬୯ ଡୋଜ ଦିଆଯାଇଥିଲା । ଯାହା ପରେ ଏପର୍ଯ୍ୟନ୍ତ ମୋଟ ୧୩୧ କୋଟି ୯୯ ଲକ୍ଷ ୯୨ ହଜାର ୪୮୨ ଡୋଜ ଟିକା ଦିଆଯାଇଛି।

COVID-19