୭ ବର୍ଷ ପରେ ଓ୍ବେଷ୍ଟଇଣ୍ଡିଜ ଠାରୁ ସିରିଜ୍ ହାରିଲା ଭାରତ | News Room Odisha

୭ ବର୍ଷ ପରେ ଓ୍ବେଷ୍ଟଇଣ୍ଡିଜ ଠାରୁ ସିରିଜ୍ ହାରିଲା ଭାରତ

ଫ୍ଲୋରିଡା : ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଭାରତକୁ ୮ ୱିକେଟରେ ହରାଇ ୱେଷ୍ଟଇଣ୍ଡିଜ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତି ନେଇଛି | ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଏହାର ଜବାବରେ କାରିବିୟାନ୍ ଦଳ ୧୮ ଓଭରରେ ମାତ୍ର ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଭାରତ ପ୍ରଥମ ଥର ପାଇଁ କୌଣସି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ହରିଛି |

ଏହାଛଡ଼ା ୭ ବର୍ଷ ପରେ ପ୍ରଥମ ଥର ଓ୍ବେଷ୍ଟଇଣ୍ଡିଜ କୌଣସି ଫର୍ମାଟରେ ଭାରତକୁ ଏକ ସିରିଜରେ ହରାଇଛି | ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ୨୦୧୬ରେ ଭାରତକୁ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ହରାଇଥିଲା | ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ୧୫ ଦ୍ୱିପାକ୍ଷିକ ସିରିଜ୍ ଜିତିବା ପରେ ଭାରତ ହାରିଛି | ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମଧ୍ୟ ଏହା ପ୍ରଥମ ସିରିଜ୍ ପରାଜୟ ।