ଚୀନ୍ ନିବେଶକଙ୍କୁ ଏଲଆଇସିର ସେୟାର କିଣିବାକୁ ଅନୁମତି ଦେବନାହିଁ ଭାରତ | News Room Odisha

ଚୀନ୍ ନିବେଶକଙ୍କୁ ଏଲଆଇସିର ସେୟାର କିଣିବାକୁ ଅନୁମତି ଦେବନାହିଁ ଭାରତ

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ (ଏଲଆଇସି) ର ଆଇପିଓ ଆସନ୍ତା କିଛି ମାସ ମଧ୍ୟରେ ବଜାରକୁ ଆସିବ | ତେବେ ଏଲ୍ଆଇସିର ଅଂଶଧନ କିଣିବାକୁ ଚୀନ୍ ନିବେଶକମାନଙ୍କୁ ସୁଯୋଗ ଦିଆଯିବ ନାହିଁ । କେନ୍ଦ୍ର ସରକାର ଏଥିରେ ବିଦେଶୀ ନିବେଶକଙ୍କୁ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଚୀନ୍ ନିବେଶକମାନଙ୍କୁ ଏହାର ଆଇପିଓ କିଣିବାରୁ ରୋକିବାକୁ ଚାହୁଁଛନ୍ତି ଭାରତ ସରକାର।

ଏକ ରିପୋର୍ଟ ଅନୁଯାୟୀ ଚୀନ୍ ନିବେଶକମାନଙ୍କୁ ଏଲଆଇସିର ସେୟାର କିଣିବାକୁ ଭାରତ ରୋକିବାକୁ ଚାହୁଁଛି। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଲଆଇସି ପରି କମ୍ପାନୀଗୁଡିକରେ ଚୀନ୍ ନିବେଶକ ପୁଞ୍ଜି ଖଟାଇଲେ ଏହା ଭାରତୀୟ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିବ । ଏଭଳି ବିପଦକୁ ଦୃଷ୍ଟିରୁ ସରକାର ଚୀନ୍ ନିବେଶକମାନଙ୍କୁ ଏଲ୍ଆଇସିର ଅଂଶଧନ କିଣିବାକୁ ରୋକିବାକୁ ଚାହୁଁଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଗତ ବର୍ଷ ଗାଲୱାନ ଉପତ୍ୟକାରେ ଭାରତୀୟ ସ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ସୈନିକ ସହିଦ୍ ହୋଇଥିଲେ। ଏହି ଘଟଣା ପରଠାରୁ ଭାରତ ଚୀନ୍ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଆସିଛି। ଲୋକପ୍ରିୟ ଆପ୍ ଟିକ୍-ଟକ୍ ସମେତ ଭାରତରେ ଅନେକ ଚାଇନିଜ୍ ଆପ୍ ଉପରେ ମଧ୍ୟ କଟକଣା ଲଗାଇଛି ।