ବିଶ୍ୱ କ୍ଷୁଧା ତାଲିକାରେ ୧୧୧ତମ ସ୍ଥାନରେ ଭାରତ, ରିପୋର୍ଟକୁ ଖାରଜ କଲେ ସରକାର | News Room Odisha

ବିଶ୍ୱ କ୍ଷୁଧା ତାଲିକାରେ ୧୧୧ତମ ସ୍ଥାନରେ ଭାରତ, ରିପୋର୍ଟକୁ ଖାରଜ କଲେ ସରକାର

ନୂଆଦିଲ୍ଲୀ: ବିଶ୍ୱ କ୍ଷୁଧା ତାଲିକାରେ ଭାରତ ଗତବର୍ଷ ତୁଳନାରେ ଆହୁରି ତଳକୁ ଖସିଛି | ସଦ୍ୟତମ ତାଲିକାରେ ୧୨୫ ଦେଶ ମଧ୍ୟରୁ ଭାରତ ୧୧୧ତମ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁଯାୟୀ ଭାରତର ଶିଶୁମାନଙ୍କ ପୁଷ୍ଟିହୀନତା ହାର ମଧ୍ୟ ସର୍ବାଧିକ ୧୮.୭ ପ୍ରତିଶତ‌ ରହିଛି । ୨୮.୭ ସ୍କୋର ସହ ଭାରତରେ ‘କ୍ଷୁଧା’ ସ୍ଥିତି ଗମ୍ଭୀର ବୋଲି ଏହି ତାଲିକାର ପ୍ରକାଶକ କହିଛନ୍ତି । ଗତବର୍ଷ ବିଶ୍ଵ କ୍ଷୁଧା ସୂଚକାଙ୍କରେ ଭାରତ ୧୨୧ଟି ଦେଶ ମଧ୍ୟରୁ ୧୦୭ତମ ସ୍ଥାନରେ ଥିଲା |

କ୍ଷୁଧା ତାଲିକାରେ ଭାରତ ଅପେକ୍ଷା ପଡ଼ୋଶୀ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳର ସ୍ଥିତି ଭଲ ରହିଛି । ଭାରତର ପଡୋଶୀ ଦେଶ ମଧ୍ୟରେ ପାକିସ୍ତାନ ଏହି ତାଲିକାରେ ୧୦୨ ତମ, ବାଂଲାଦେଶ ୮୧, ନେପାଳ ୬୯ ତମ ଏବଂ ଶ୍ରୀଲଙ୍କା ୬୦ତମ ସ୍ଥାନରେ ରହିଛି। ବିଶ୍ୱ କ୍ଷୁଧା ଦୃଷ୍ଟିରୁ ଏହି ଦେଶଗୁଡ଼ିକ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି।

ଭାରତ କିନ୍ତୁ ଏହି ତାଲିକାକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଖାରଜ କରିଛି। ଏହି ରିପୋର୍ଟରେ ଭାରତର ପ୍ରକୃତ ସ୍ଥିତିର ପ୍ରତିଫଳନ ହୋଇନାହିଁ । ଏହା ଦେଶର ଛବି ଖରାପ କରିବାକୁ ଏକ ପ୍ରୟାସ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ।